ଭୁବନେଶ୍ୱର, 16 ଜୁନ୍ (ହି.ସ.)- ଆଜି ହେଉଛି ରଜର ତୃତୀୟ ଦିନ ଭୂମି ଦହନ । ରାଜ୍ୟରେ
ବେଶ୍ ଉତ୍ସାହର ସହ ପାଳନ ହେଉଛି ରଜପର୍ବ । ପହିଲି ରଜ, ରଜ ସଂକ୍ରାନ୍ତି ପରେ ଆଜି ହେଉଛି ଭୂମି
ଦହନ । ରଜ ପାଇଁ ଗାଁଠୁ ସହର ଉତ୍ସବ ମୁଖର । ପୋଡ ପିଠା ଖାଇ ରଜ ଦୋଳିରେ ଝୁଲୁଛନ୍ତି ଯୁବତୀ ।
ନୂଆ ଡ୍ରେସ ପିନ୍ଧିବା ସହ ଅଳତା, କୁଙ୍କୁମ ଲଗାଇ ସଜେଇ ହୋଇଛନ୍ତି କୁନି କୁନି ପିଲା । ରଜରେ
ରଜପାନର କଥା ବେଶ୍ ନିଆରା ।
ରଜ ଓଡ଼ିଶାର ଏକ ପାରମ୍ପାରିକ ପର୍ବ ଓ ରାଜ୍ୟର ଗଣପର୍ବ । ଏହା
ତିନିଦିନ ଧରି ପାଳନ କରାଯାଇଥାଏ । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିବସ
ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିବସ ହେଉଛି ଭୂମିଦାହ ବା ଭୂମି ଦହନ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା