ମୁଖ୍ୟମନ୍ତ୍ରୀ ଯୋଗୀ ହୋଟେଲରେ ପହଁଞ୍ଚି କେନ୍ଦ୍ରୀୟ ଆଞ୍ଚଳିକ ପରିଷଦର ପ୍ରସ୍ତୁତୁ ସମୀକ୍ଷା କଲେ
ବାରାଣସୀ 17 ଜୁନ (ହି.ସ)-ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଇ ଦିନିଆ ବାରାଣସୀ ଗ୍ରସ୍ତର ଶେଷ ଦିନରେ ମଙ୍ଗଳବାର ଦିନ ନଦେସର ସ୍ଥିତ ତାରାଙ୍କିତ ହୋଟେଲ ଆଜି ପହଁଞ୍ଚି 24 ଜୁନରେ ପ୍ରସ୍ଥାବିତ କେନ୍ଦ୍ରୀୟ ଆଞ୍ଚଳିକ ପରିଷଦ ବୈଠକର ପ୍ରସ୍ତୁତିର ସମୀକ୍ଷା କ
ମୁଖ୍ୟମନ୍ତ୍ରୀ ଯୋଗୀ ହୋଟେଲରେ ପହଁଞ୍ଚି କେନ୍ଦ୍ରୀୟ ଆଞ୍ଚଳିକ ପରିଷଦର ପ୍ରସ୍ତୁତୁ ସମୀକ୍ଷା କଲେ


ବାରାଣସୀ 17 ଜୁନ

(ହି.ସ)-ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଇ ଦିନିଆ ବାରାଣସୀ ଗ୍ରସ୍ତର ଶେଷ

ଦିନରେ ମଙ୍ଗଳବାର ଦିନ ନଦେସର ସ୍ଥିତ ତାରାଙ୍କିତ ହୋଟେଲ ଆଜି ପହଁଞ୍ଚି 24 ଜୁନରେ ପ୍ରସ୍ଥାବିତ କେନ୍ଦ୍ରୀୟ ଆଞ୍ଚଳିକ ପରିଷଦ

ବୈଠକର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।ହୋଟେଲରେ ବୈଠକର ପ୍ରସ୍ତୁତି ଯାଞ୍ଚ କରିବା ପରେ

ମୁଖ୍ୟମନ୍ତ୍ରୀ ବିଭାଗୀୟ କମିଶନର ଏସ ରାଜଲିଙ୍ଗମ ଏବଂ ଜିଲ୍ଲାଧିକାରୀ ସତ୍ୟେନ୍ଦ୍ର କୁମାର ବୈଠକ ପାଇଁ ହୋଇଥିବା ପ୍ରସ୍ତୁତି ବିଷୟରେ

ପଚାରି ବୁଝିଥିଲେ ଏବଂ ସେମାନଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ।ଏହା ପୁର୍ବରୁ ମୁଖ୍ୟମନ୍ତ୍ରୀ

ସୋମବାର ସନ୍ଧ୍ୟାରେ ସର୍କିଟ ହାଉସରେ ସମୀକ୍ଷା ବୈଠକ ସମୟରେ ଉଭୟ ଅଧିକାରୀଙ୍କଠାରୁ କେନ୍ଦ୍ରୀୟ

ଆଞ୍ଚଳିକ ପରିଷଦର ବୈଠକ ସମ୍ପର୍କରେ ସୁଚନା ମାଗିଥିଲେ।ଯାଞ୍ଚ ସମୟରେ ରାଜ୍ୟ ଜଳଶକ୍ତି ମନ୍ତ୍ରୀ

ସ୍ୱତନ୍ତ୍ର ଦେବ ସିଂହ ,ଶ୍ରମ ଏବଂ ସେବାଯୋଜନ ମନ୍ତ୍ରୀ

ଅନିଲ ରାଜଭର,ଷ୍ଟାମ୍ପ ରାଜ୍ୟ ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ)ରବିନ୍ଦ୍ର ଜାୟସୱାଲ

,ଜିଲ୍ଲା ପଞ୍ଚାୟତ ଅଧ୍ୟକ୍ଷ ପୁନମ ମୋର୍ଯ୍ୟ,ବିଧାୟକ ଡା.ଅବଧେଶ ସିଂହ,ପୋଲିସ କମିଶନର ମୋହିତ

ଅଗ୍ରୱାଲ ଆଦି ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande