ନୁଆଦିଲ୍ଲୀ 19 ଜୁନ
(ହି.ସ)-ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ବିହାରରେ 2023ରେ କନେଷ୍ଟବଳ ନିଯୁକ୍ତିରେ
ହୋଇଥିବା କଥିତ ଦୁର୍ନୀତିର ମନି ଲ୍ୟାଣ୍ଡ୍ରିଙ୍ଗ ତଦନ୍ତ ସହିତ ବିଭିନ୍ନ ରାଜ୍ୟରେ ପ୍ରାୟ 12ଟି
ସ୍ଥାନରେ ଚଢାଉ କରାଯାଇଛି।ସୁତ୍ର ଅନୁସାରେ ଇଡି ବିହାରରେ 2023 ରେ କନେଷ୍ଟବଳ ନିଯୁକ୍ତିରେ ହୋଇଥିବା ଦୁର୍ନୀତି ସମ୍ପର୍କରେ ଧନ ଶୋଧନ ନିବାରଣ ଅଧିନିୟମ (ପିଏମଏଲଏ)2002 ଅନୁଯାୟୀ ଅନେକ
ରାଜ୍ୟରେ ଚଢାଉ କରାଯାଇଛି। ବିହାରର ପାଟନା,ନାଳନ୍ଦା,ଝାରଖଣ୍ଡର ରାଞ୍ଚି ,ଉତ୍ତରପ୍ରଦେଶର
ଲକ୍ଷ୍ନୌ ଏବଂ ପଶ୍ଚିମବଙ୍ଗର କୋଲକାତାରେ ଅତିକମରେ 12ଟି ସ୍ଥାନରେ ଏହି କାର୍ଯ୍ୟାନୁଷ୍ଠାନ ଜାରି ରହିଛି।କୁହାଯାଉଛି ଯେ ଏହି କଥିତ ଠକେଇର
ମାଷ୍ଟରମାଇଣ୍ଡ 2024ର ନିଟ ୟୁଜି ପେପର ଲିକ ଦୁର୍ନୀତିର ମାଷ୍ଟରମାଇଣ୍ଡ ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା