ଆଗାମୀ ୨୪ ଘଂଟା ମଧ୍ୟରେ ଭୀଷଣରୁ ଅତି ଭୀଷଣ ବର୍ଷା ନେଇ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ଭୀଷଣ ବର୍ଷା ନେଇ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର, ୧୯ ଜୁନ୍ (ହି.ସ.)- ଆଗାମୀ ୪ ଦିନ ମଧ୍ୟରେ ଭୀଷଣରୁ ଅତି ଭୀଷଣ ବର୍ଷା ନେଇ ରାଜ୍ୟର କେତେକ ଜିଲ୍ଲାକୁ ଚେତାବନୀ ଜାରି ହୋଇଥିବା ବେଳେ ଭୀଷଣ ବର୍ଷା ନେଇ କେତେକ ଜିଲ୍ଲାକୁ ଚେତାବନୀ ଜାରି ହୋଇଛି । ଏହାର ପରବର୍ତୀ ତିନି ଦିନ ପାଇଁ କୌଣସି ଚେତାବନୀ ନାହିଁ । ଆଗାମୀ ୨୪ ଘଂଟା ମଧ୍ୟରେ ଭୀଷଣରୁ
ଆଗାମୀ ୨୪ ଘଂଟା ମଧ୍ୟରେ ଭୀଷଣରୁ ଅତି ଭୀଷଣ ବର୍ଷା ନେଇ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ଭୀଷଣ ବର୍ଷା ନେଇ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ


ଭୁବନେଶ୍ୱର, ୧୯ ଜୁନ୍ (ହି.ସ.)- ଆଗାମୀ ୪ ଦିନ ମଧ୍ୟରେ ଭୀଷଣରୁ ଅତି ଭୀଷଣ ବର୍ଷା ନେଇ ରାଜ୍ୟର କେତେକ ଜିଲ୍ଲାକୁ ଚେତାବନୀ ଜାରି ହୋଇଥିବା ବେଳେ ଭୀଷଣ ବର୍ଷା ନେଇ କେତେକ ଜିଲ୍ଲାକୁ ଚେତାବନୀ ଜାରି ହୋଇଛି । ଏହାର ପରବର୍ତୀ ତିନି ଦିନ ପାଇଁ କୌଣସି ଚେତାବନୀ ନାହିଁ ।

ଆଗାମୀ ୨୪ ଘଂଟା ମଧ୍ୟରେ ଭୀଷଣରୁ ଅତି ଭୀଷଣ ବର୍ଷା ନେଇ ୫ ଜିଲ୍ଲା(ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର)କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଭୀଷଣ ବର୍ଷା ନେଇ ୩ ଜିଲ୍ଲା(ଦେବଗଡ଼, ଅନୁଗୁଳ, ବରଗଡ଼)କୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡିକ ମଧ୍ୟରୁ ଗୋଟିଏରୁ ଦୁଇଟି ସ୍ଥାନରେ ୧୨ରୁ ୨୦ ସେ.ମି.ପର୍ଯ୍ୟନ୍ତ ବର୍ଷା ହୋଇପାରେ । ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡିକ ମଧ୍ୟରୁ ଗୋଟିଏରୁ ଦୁଇଟି ସ୍ଥାନରେ ୭ରୁ ୧୧ ସେ.ମି. ପର୍ଯ୍ୟନ୍ତ ବର୍ଷା ହୋଇପାରେ ।

ଆସନ୍ତାକାଲି ଅର୍ଥାତ୍ ୨୦ ତାରିଖ ଭୀଷଣ ବର୍ଷା ନେଇ ୨ ଜିଲ୍ଲା (ସୁନ୍ଦରଗଡ଼, ଝାରସୁଗୁଡ଼ା)କୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ଭୀଷଣ ବର୍ଷା ନେଇ ୨୧ ତାରିଖ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୨୨ ତାରିଖ ପାଇଁ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହାର ପରବର୍ତୀ ତିନି ଦିନ ପାଇଁ କୌଣସି ଚେତାବନୀ ନାହିଁ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande