କ୍ରୋଏସିଆର ରାଷ୍ଟ୍ରପତି ଜୋରାନ ମିଲାନୋଭିଚଙ୍କୁ ପାରମ୍ପରିକ ପଟ୍ଟଚିତ୍ର ଉପହାର ଦେଇ ଓଡ଼ିଶାର ଶ୍ରୀଜଗନ୍ନାଥ ସଂସ୍କୃତିବିଶ୍ୱରେ ପ୍ରତିଷ୍ଠିତ କରିଥିବାରୁ ପିଏମଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 19 ଜୁନ୍ (ହି.ସ.)- କ୍ରୋଏସିଆର ରାଷ୍ଟ୍ରପତି ଜୋରାନ ମିଲାନୋଭିଚଙ୍କୁ ପାରମ୍ପରିକ ପଟ୍ଟଚିତ୍ର ଉପହାର ଦେଇ ଓଡ଼ିଶାର ଶ୍ରୀଜଗନ୍ନାଥ ସଂସ୍କୃତିବିଶ୍ୱରେ ପ୍ରତିଷ୍ଠିତ କରିଥିବାରୁ ପିଏମ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପଟ୍ଟଚିତ୍ର
କ୍ରୋଏସିଆର ରାଷ୍ଟ୍ରପତି ଜୋରାନ     ମିଲାନୋଭିଚଙ୍କୁ ପାରମ୍ପରିକ ପଟ୍ଟଚିତ୍ର ଉପହାର ଦେଇ ଓଡ଼ିଶାର ଶ୍ରୀଜଗନ୍ନାଥ ସଂସ୍କୃତିବିଶ୍ୱରେ ପ୍ରତିଷ୍ଠିତ     କରିଥିବାରୁ ପିଏମଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 19 ଜୁନ୍ (ହି.ସ.)- କ୍ରୋଏସିଆର ରାଷ୍ଟ୍ରପତି ଜୋରାନ ମିଲାନୋଭିଚଙ୍କୁ

ପାରମ୍ପରିକ ପଟ୍ଟଚିତ୍ର ଉପହାର ଦେଇ ଓଡ଼ିଶାର ଶ୍ରୀଜଗନ୍ନାଥ ସଂସ୍କୃତିବିଶ୍ୱରେ ପ୍ରତିଷ୍ଠିତ

କରିଥିବାରୁ ପିଏମ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପଟ୍ଟଚିତ୍ର

ଭଳି ଓଡ଼ିଶାର ପାରମ୍ପରିକ କଳା ବିଶ୍ୱର ସ୍ତରରେ ପ୍ରଦର୍ଶିତ ହେବା ଆମ ସମସ୍ତଙ୍କ ପାଇଁ ଗର୍ବର

ବିଷୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏନେଇ ସୋସିଆଲ ମିଡିଆ

ଏକ୍ସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଓଡ଼ିଶାର ସାଂସ୍କୃତିକ ଓ ଆଧ୍ୟାତ୍ମିକ

ପରମ୍ପରାକୁ ବିଶ୍ୱଦରବାରରେ ଗରିମା ପ୍ରଦାନ କରିବାରେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର

ମୋଦୀ ପୁନର୍ବାର ଏକ ଅତୁଳନୀୟ ଭୂମିକା ଗ୍ରହଣ କରିଛନ୍ତି । କ୍ରୋଏସିଆର ରାଷ୍ଟ୍ରପତି ମାନନୀୟ

ଜୋରାନ ମିଲାନୋଭିଚ୍ ଙ୍କୁ ପାରମ୍ପରିକ ପଟ୍ଟଚିତ୍ର ଉପହାର ଦେଇ ଓଡ଼ିଶାର ଶ୍ରୀଜଗନ୍ନାଥ

ସଂସ୍କୃତି ଏବଂ ଓଡ଼ିଆ ଅସ୍ମିତାକୁ ବିଶ୍ୱ ସ୍ତରରେ ପ୍ରତିଷ୍ଠିତ କରିଥିବାର ଆନ୍ତରିକ ଧନ୍ୟବାଦ ଓ

ଅଭିନନ୍ଦନ।

ମୁଖ୍ୟମନ୍ତ୍ରୀ କହିଛନ୍ତି

ଯେ, ପଟ୍ଟଚିତ୍ର ଭଳି ଓଡ଼ିଶାର ପାରମ୍ପରିକ କଳା ବିଶ୍ୱର ସ୍ତରରେ ପ୍ରଦର୍ଶିତ ହେବା ଆମ

ସମସ୍ତଙ୍କ ପାଇଁ ଗର୍ବର ବିଷୟ। ଏହି ସାଂସ୍କୃତିକ ପ୍ରତିନିଧିତ୍ୱ ଆମ କାରିଗର,

ଶିଳ୍ପୀ ଏବଂ ସାଂସ୍କୃତିକ ପରମ୍ପରାର ବାହକମାନଙ୍କ

ପାଇଁ ପ୍ରେରଣାସ୍ରୋତ ଭାବରେ କାର୍ଯ୍ୟ କରିବ ଏବଂ ବିଶ୍ୱସ୍ତରରେ ଓଡ଼ିଶାର ସାଂସ୍କୃତିକ ପରିଚୟକୁ

ଆହୁରି ସୁଦୃଢ଼ ​​କରିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande