ଅନ୍ତର୍ଜାତୀୟ ଉଡାଣ ସଂଖ୍ୟାରେ  15 ପ୍ରତିଶତ ହ୍ରାସ କଲା ଏୟାର ଇଣ୍ଡିଆ
ନୂଆଦିଲ୍ଲୀ, 19 ଜୁନ୍ (ହି.ସ.)- ଟାଟା ଗ୍ରୁପ ମାଲିକାନାରେ ଥିବା କମ୍ପାନୀ ଏୟାର୍ ଇଣ୍ଡିଆ ତାର ଅନ୍ତର୍ଜାତୀୟ ଉଡ଼ାଣରେ ୧୫ ପ୍ରତିଶତ ହ୍ରାସ କରିବାକୁ ଘୋଷଣା କରିଛି। ଜଣାପଡ଼ିଛି ଯେ, ଏହି ନିଷ୍ପତ୍ତି ୧୨ ଜୁନ୍‌ ରେ ଅହମ୍ମଦାବାଦରେ ଘଟିଥିବା ବିମାନ ଦୁର୍ଘଟଣା ପରେ ଆରମ୍ଭ ହୋଇଥିବା
ଅନ୍ତର୍ଜାତୀୟ ଉଡାଣ ସଂଖ୍ୟାରେ  15 ପ୍ରତିଶତ     ହ୍ରାସ କଲା ଏୟାର ଇଣ୍ଡିଆ


ନୂଆଦିଲ୍ଲୀ, 19 ଜୁନ୍ (ହି.ସ.)- ଟାଟା ଗ୍ରୁପ ମାଲିକାନାରେ ଥିବା କମ୍ପାନୀ ଏୟାର୍ ଇଣ୍ଡିଆ ତାର ଅନ୍ତର୍ଜାତୀୟ

ଉଡ଼ାଣରେ ୧୫ ପ୍ରତିଶତ ହ୍ରାସ କରିବାକୁ ଘୋଷଣା କରିଛି। ଜଣାପଡ଼ିଛି ଯେ, ଏହି ନିଷ୍ପତ୍ତି ୧୨ ଜୁନ୍‌ ରେ ଅହମ୍ମଦାବାଦରେ ଘଟିଥିବା ବିମାନ ଦୁର୍ଘଟଣା ପରେ ଆରମ୍ଭ

ହୋଇଥିବା ସୁରକ୍ଷା ତଦନ୍ତ, ଇରାନୀ ଆକାଶପଥ ବନ୍ଦ ହେବା ଓ ଅନ୍ୟାନ୍ୟ

ଟେକ୍ନିକାଲ କାରଣରୁ ନିଆଯାଇଛି। ଅନ୍ତର୍ଜାତୀୟ ଉଡ଼ାଣ ସଂଖ୍ୟାରେ ଏହି ହ୍ରାସ ଅତି କମରେ ଜୁଲାଇ

ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ।

ଏୟାର୍ ଇଣ୍ଡିଆ ତାର ସୋସିଆଲ୍ ମିଡିଆ ପ୍ଲାଟଫର୍ମ 'ଏକ୍ସ' ରେ ଏକ ପୋଷ୍ଟ୍‌ ମାଧ୍ୟମରେ କହିଛି ଯେ, ଏୟାର୍ ଇଣ୍ଡିଆ ସାମ୍ନା

କରୁଥିବା କଠିନ ପରିସ୍ଥିତିକୁ ଦୃଷ୍ଟିରେ ରଖି, ବିମାନ ସେବାର ସ୍ଥିରତା ଓ ଉତ୍ତମ କାର୍ଯ୍ୟଦକ୍ଷତା ସୁନିଶ୍ଚିତ

କରିବା ସହ ଯାତ୍ରୀମାନଙ୍କର ଅସୁବିଧା କମାଇବା ପାଇଁ ଏୟାର୍ ଇଣ୍ଡିଆ ଆସନ୍ତା କିଛି ସପ୍ତାହ

ପର୍ଯ୍ୟନ୍ତ ଆନ୍ତର୍ଜାତୀୟ ଉଡ଼ାଣ ସଂଖ୍ୟାରେ ୧୫ ପ୍ରତିଶତ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି।

ଏୟାରଲାଇନ୍‌ ଅନୁଯାୟୀ, ଅନ୍ତର୍ଜାତୀୟ ଉଡ଼ାଣ ସଂଖ୍ୟାରେ ଏହି ହ୍ରାସ ଶୁକ୍ରବାର, ୨୦ ଜୁନ୍‌ ରୁ ଲାଗୁ ହେବ

ଓ ଅତି କମରେ ଜୁଲାଇ ମଧ୍ୟ ପର୍ଯ୍ୟନ୍ତ ଜାରି ରହିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande