ଗ୍ଲେନ ମ୍ୟାକ୍ସୱେଲ ୱାନଡେ କ୍ରିକେଟରୁ ସନ୍ୟାସ ନେଲେ,  ଟି-୨୦ ରେ ଜାରି ରଖିବେ କ୍ୟାରିୟର
ନୂଆଦିଲ୍ଲୀ, ୨ ଜୁନ୍ (ହି.ସ.)- ଅଷ୍ଟ୍ରେଲିଆର ଷ୍ଟାର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ୱାନଡେ କ୍ରିକେଟରୁ ସନ୍ୟାସ ନେଇଛନ୍ତି । ଯଦିଓ ସେ ଟି-୨୦ ଫର୍ମାଟରେ ଉପଲବ୍ଧ ରହିବେ ଏବଂ ୨୦୨୬ରେ ଅନୁଷ୍ଠିତ ହେବାକୁ ଥିବା ଆଗାମୀ ଟି-୨୦ ୱର୍ଲଡ କପ୍ ପର୍ଯ୍ୟନ୍ତ ଖେଳିବା ନେଇ ଆଶା କରାଯାଉଛି । ୩୬ ବର୍ଷିୟ ଗ୍ଲେନ
ଗ୍ଲେନ ମ୍ୟାକ୍ସୱେଲ


ନୂଆଦିଲ୍ଲୀ, ୨ ଜୁନ୍ (ହି.ସ.)- ଅଷ୍ଟ୍ରେଲିଆର ଷ୍ଟାର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ୱାନଡେ କ୍ରିକେଟରୁ ସନ୍ୟାସ ନେଇଛନ୍ତି । ଯଦିଓ ସେ ଟି-୨୦ ଫର୍ମାଟରେ ଉପଲବ୍ଧ ରହିବେ ଏବଂ ୨୦୨୬ରେ ଅନୁଷ୍ଠିତ ହେବାକୁ ଥିବା ଆଗାମୀ ଟି-୨୦ ୱର୍ଲଡ କପ୍ ପର୍ଯ୍ୟନ୍ତ ଖେଳିବା ନେଇ ଆଶା କରାଯାଉଛି ।

୩୬ ବର୍ଷିୟ ଗ୍ଲେନ ମ୍ୟାକ୍ସୱେଲ ଦି ଫାଇନାଲ ୱର୍ଲଡ ପଡକାଷ୍ଟ ରେ ଏକ ଦୀର୍ଘ ସାକ୍ଷାତକାର ବେଳେ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ୨୦୨୨ ରେ ଗୋଡ ଭାଙ୍ଗିବା ପରେ ୱାନଡେ କ୍ରିକେଟ୍ ତାଙ୍କ ଶରୀର ଉପରେ ଭାରି ପଡୁଥିଲା । ଚଳିତ ବର୍ଷ ଚାମ୍ପିୟନ୍ସ ଟ୍ରଫି ସମୟରେ ମଧ୍ୟ ସେ ବହୁତ କ୍ଲାନ୍ତ ଅନୁଭବ କରୁଥିଲେ ।

ମ୍ୟାକ୍ସୱେଲ କହିଥିଲେ ଯେ, ମୋତେ ଲାଗୁଥିଲା ଯେ, ମୁଁ ଟିମ୍ କୁ ଟିକିଏ ପଛକୁ ଟାଣୁଛି । ମୁଁ ଚୟନକର୍ତା ଜର୍ଜ ବେଲିଙ୍କ ସହିତ କଥା ହୋଇଥିଲି ଏବଂ କହିଥିଲି ଯେ, ମୁଁ ୨୦୨୭ ୱର୍ଲଡ କପ୍ ପର୍ଯ୍ୟନ୍ତ ଖେଳିପାରିବି ନାହିଁ । ଏବେ ସମୟ ଆସିଛି ଯେ, ମୋ ସ୍ଥାନରେ ଅନ୍ୟ କାହାରିକୁ ପ୍ରସ୍ତୁତ କରାଯିବାର । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ କେବେହେଲେ ବି ଏପରି ଖେଳିବାକୁ ଚାହୁଁନଥିଲି ଯେ, ବାସ୍ ରେକର୍ଡ଼ କିମ୍ବା ଆତ୍ମସନ୍ତୋଷ ନିମନ୍ତେ ଟିମ୍ ରେ ରହିଥିବି । ଯେତେବେଳେ ମୋତେ ଲାଗିଲା ଯେ, ମୁଁ ଟିମ୍ ର ଭବିଷ୍ୟତର ଅଂଶ ନୁହେଁ, ସେତେବେଳେ ବିଦାୟ ନେବା ହିଁ ଭଲ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande