କୋଲକାତା, 2 ଜୁନ୍ (ହି.ସ.)-ସିକ୍କିମରେ ଭାରତୀୟ
ସେନାର ଶିବିରରେ ଭୂସ୍ଖଳନ ଘଟିଛି । ଯେଉଁଥିରେ ତିନିଜଣ ସେନା ଯବାନଙ୍କ ମୃତ୍ୟୁ ଘଟିଛି।
ଭୂସ୍ଖଳନ ପରେ ଛଅଜଣ ଅନ୍ୟ ସେନା ଯବାନ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ସେନା ପକ୍ଷରୁ ତୁରନ୍ତ ରେସକ୍ୟୁ
ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି।
ପ୍ରତିରକ୍ଷା ମନ୍ତ୍ରଣାଳୟର
ପୂର୍ବ କମାଣ୍ଡ ମୁଖପାତ୍ର ୱିଙ୍ଗ କମାଣ୍ଡର ହିମାଂଶୁ ତିୱାରୀ ସୋମବାର ସୂଚନା ଦେଇଛନ୍ତି ଯେ, ପ୍ରବଳ ବର୍ଷାର କାରଣରୁ ରବିବାର ରାତି ପ୍ରାୟ ସାତଟା ବେଳେ ସିକ୍କିମର
ଲାଚେନ ଜିଲ୍ଲାର ଚେଟନ୍ ଅଞ୍ଚଳରେ ଅବସ୍ଥିତ ଭାରତୀୟ ସେନା କ୍ୟାମ୍ପରେ ଏକ ବିନାଶକାରୀ ଭୂସ୍ଖଳନ
ଘଟିଥିଲା, ଯାହାଫଳରେ ତିନିଜଣ ସେନା ଯବାନଙ୍କ ଜୀବନ ଯାଇଛି। ଏହି ଦୁର୍ଘଟଣାରେ
ଚାରିଜଣ ଯବାନଙ୍କୁ ସାଧାରଣ ଆହତ ଅବସ୍ଥାରେ ସୁରକ୍ଷିତ ଭାବରେ ବାହାର କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା