ଛତିଶଗଡର ସୁକମାରେ ଦୁଇ ହାର୍ଡକୋର ସହିତ 16 ନକ୍ସଲଙ୍କ ଆତ୍ମସମର୍ପଣ
ସୁକମା, 2 ଜୁନ୍ (ହି.ସ.)- ଛତିଶଗଡର ସୁକମାରେ ସୋମବାର ଦିନ ପୁଲିସ ଓ ସିଆରପିଏଫଅଧିକାରୀଙ୍କ ସମ୍ମୁଖରେ ପିଏଲଜିଏବ୍ୟାଟାଲିଅନର ଦୁଇଜଣ ହାର୍ଡକୋର୍ ନକ୍ସଲ ସହିତ ଅନ୍ୟ ଡିଭିଜନରେ କାର୍ଯ୍ୟରତ ମୋଟ 16 ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏହି ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କ
ଛତିଶଗଡର ସୁକମାରେ ଦୁଇ     ହାର୍ଡକୋର ସହିତ 16 ନକ୍ସଲଙ୍କ ଆତ୍ମସମର୍ପଣ


ସୁକମା, 2 ଜୁନ୍ (ହି.ସ.)- ଛତିଶଗଡର ସୁକମାରେ

ସୋମବାର ଦିନ ପୁଲିସ ଓ ସିଆରପିଏଫଅଧିକାରୀଙ୍କ ସମ୍ମୁଖରେ ପିଏଲଜିଏବ୍ୟାଟାଲିଅନର ଦୁଇଜଣ ହାର୍ଡକୋର୍ ନକ୍ସଲ ସହିତ ଅନ୍ୟ ଡିଭିଜନରେ

କାର୍ଯ୍ୟରତ ମୋଟ 16 ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏହି ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କ

ଉପରେ ଛତିଶଗଡ ସରକାର ପକ୍ଷରୁ ମୋଟ 25 ଲକ୍ଷ ଟଙ୍କାର ଇନାମ ଘୋଷଣା ହୋଇଥିଲା।

ଏହି ଆତ୍ମସମର୍ପଣ କରିଥିବା

ନକ୍ସଲମାନଙ୍କ ମଧ୍ୟରୁ ଜଣେ ମହିଳା ଓ ଜଣେ ପୁରୁଷ ଉପରେ 8-8 ଲକ୍ଷ ଟଙ୍କା, ଗୋଟିଏ ପୁରୁଷ ଉପରେ 3 ଲକ୍ଷ ଟଙ୍କା ଓ ତିନିଜଣ ପୁରୁଷ ଉପରେ 2-2

ଲକ୍ଷ ଟଙ୍କାର ଇନାମ ଘୋଷିତ ଥିଲା। ସୁକମା ଜିଲ୍ଲା ପୋଲିସ ଅଧିକ୍ଷକ କିରଣ ଚୌହାନ ଆତ୍ମସମର୍ପଣର

ସ୍ୱୀକୃତି ଦେଇ କହିଛନ୍ତି ଯେ, ଏହି ଆତ୍ମସମର୍ପିତ ନକ୍ସଲମାନେ “ଛତିଶଗଡ ନକ୍ସଲବାଦ ଆତ୍ମସମର୍ପଣ ପୁନର୍ବାସ ନୀତି – 2025” ଅନୁଯାୟୀ ପ୍ରୋତ୍ସାହନ ରାଶି ସହିତ ଅନ୍ୟାନ୍ୟ ସୁବିଧା ଦିଆଯିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande