ଗୋପେଶ୍ୱର, 2 ଜୁନ୍ (ହି.ସ.)-ଦିଲ୍ଲୀର
ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସୋମବାର ଦିନ ବଦ୍ରୀନାଥ ଧାମର ଦର୍ଶନ କରିଛନ୍ତି। ସେ ବଦ୍ରିବିଶାଳଙ୍କର
ଦର୍ଶନ କରି ପୂଜା-ଅର୍ଚ୍ଚନା କରିଥିଲେ ଓ ବଦ୍ରିବିଶାଳଙ୍କ ପାଖରେ ଦେଶ ଓ ରାଜ୍ୟର ସମୃଦ୍ଧି ପାଇଁ
କାମନା କରିଥିଲେ। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ବଦ୍ରିବିଶାଳ ଧାମରେ ପହଞ୍ଚିବା ସମୟରେ
ବିକେଟିସିର ପଦାଧିକାରୀମାନେ ସେଠାରେ ତାଙ୍କୁ ସ୍ୱାଗତ କରିଥିଲେ।
ଏହାପୂର୍ବରୁ, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ତାଙ୍କ ପରିବାର ସହ
କେଦାରନାଥ ଧାମ ପହଞ୍ଚିଥିଲେ, ଯେଉଁଠାରେ ହେଲିପ୍ୟାଡ୍ରେ ଶ୍ରୀ ବଦ୍ରୀନାଥ-କେଦାରନାଥ ମନ୍ଦିର ସମିତି ଓ ଶ୍ରୀକେଦାର ସଭାର
ପଦାଧିକାରୀମାନେ ଏବଂ କେଦାରନାଥର ବିଧାୟିକା ଆଶା ନୌଟିଆଲ୍ ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ
କରିଥିଲେ। ମୁଖ୍ୟମନ୍ତ୍ରୀ ରେଖା କେଦାରନାଥ ମନ୍ଦିରରେ ପହଞ୍ଚି ରୁଦ୍ରାଭିଷେକ କରିଥିଲେ ଓ ପୂଜା
ଅର୍ଚ୍ଚନା କରି ଦେଶ, ରାଜ୍ୟ ଓ ଲୋକମଙ୍ଗଳ ପାଇଁ ପ୍ରାର୍ଥନା କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା