ଗୋରଖପୁର ଲିଙ୍କ୍ ଏକ୍ସପ୍ରେସ୍ ୱେ ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ଯୋଗୀ
ଆଜମଗଡ଼, ୨୦ ଜୁନ୍ (ହି.ସ.)- ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ୭୨୮୩ କୋଟି ବ୍ୟୟରେ ନିର୍ମିତ ୯୧ କି.ମି. ଲମ୍ବା ଗୋରଖପୁର ଲିଙ୍କ୍ ଏକ୍ସପ୍ରେସ୍ ୱେ ର ଲୋକାର୍ପଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ବିରୋଧୀ ଦଳ ସମାଜବାଦୀ ପାର୍ଟି(ସପା)କୁ ବ୍ୟଙ୍ଗାତ୍ମକ ଭାବେ କହିଛନ୍ତି ଯେ, ଆଜମଗଡ ସପାକୁ ଜିତାଇ ଆସୁ
ଗୋରଖପୁର ଲିଙ୍କ୍ ଏକ୍ସପ୍ରେସ୍ ୱେ ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ଯୋଗୀ


ଆଜମଗଡ଼, ୨୦ ଜୁନ୍ (ହି.ସ.)- ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ୭୨୮୩ କୋଟି ବ୍ୟୟରେ ନିର୍ମିତ ୯୧ କି.ମି. ଲମ୍ବା ଗୋରଖପୁର ଲିଙ୍କ୍ ଏକ୍ସପ୍ରେସ୍ ୱେ ର ଲୋକାର୍ପଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ବିରୋଧୀ ଦଳ ସମାଜବାଦୀ ପାର୍ଟି(ସପା)କୁ ବ୍ୟଙ୍ଗାତ୍ମକ ଭାବେ କହିଛନ୍ତି ଯେ, ଆଜମଗଡ ସପାକୁ ଜିତାଇ ଆସୁଛି, ହେଲେ ସପା ଏହି ଜିଲ୍ଲା ପାଇଁ କିଛି କାମ କରିନାହିଁ । ଆଜି ଉତର ପ୍ରଦେଶ ରାଜ୍ୟ ଏକ୍ସପ୍ରେସ ୱେ ପ୍ରଦେଶ ହେଉଛି ।

ଲୋକାର୍ପଣ ପରେ ଜନସଭାରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ଏହି ଆଜମଗଡ ସାଂସଦ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ଦେଇଛି, କିନ୍ତୁ ସେମାନେ ନା ବିଶ୍ୱବିଦ୍ୟାଳୟ କରିପାରିଲେ ନା ଏକ୍ସପ୍ରେସ ୱେ କରିପାରିଲେ । ଆମେ ଅଣସୈଫଇବାସୀ ଦିନେଶ ଲାଲ ଯାଦବ ନିରହୁଆଙ୍କୁ ସାଂସଦ ବନାଇଲୁ । ୨୦୧୬ ରେ ସେ୧୧୦ ମିଟର ଚଉଡ଼ା ଏକ୍ସପ୍ରେସ ୱେ ନିର୍ମାଣ କରିବାକୁ ଟେଣ୍ଡର ଜାରି କରିଥିଲେ । ଏକ୍ସପ୍ରେସ ୱେ ନିର୍ମାଣରେ ଡ଼କୈତି କରିଥିବା ଲୋକ ଆଜି ସଚ୍ଚୋଟ ବୋଲି ଛଳନା କରୁଛନ୍ତି । ସେ ମୁମ୍ବାଇର ଡି କମ୍ପାନୀ ସହିତ ପାର୍ଟନରସିପ୍ କରୁଥିଲେ । ଅଣ୍ଡରୱର୍ଲଡ ସହିତ ତାଙ୍କର ସମ୍ପର୍କ ଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande