ନଲବାଡ଼ି(ଆସାମ), ୨୦ ଜୁନ୍ (ହି.ସ.)- ନଲବାଡ଼ି ଜିଲ୍ଲା ଅନ୍ତର୍ଗତ ବରଖେତ୍ରୀ ସର୍କଲ୍ ଅଂଚଳରେ ବ୍ରହ୍ମପୁତ୍ର ନଦୀରେ ଗୁରୁବାର ସକାଳେ ଘଟିଥିବା ଡ଼ଙ୍ଗା ବୁଡି ଘଟଣାରେ ନିଖୋଜ ୬ ଜଣଙ୍କ ତଲାସ ଗୁରୁବାର ଦ୍ୱିତୀୟ ଦିନରେ ମଧ୍ୟ ଜାରି ରହିଛି । ଡ଼ଙ୍ଗା ଓଲଟିବା ଫଳରେ ୫ ଜଣ ସ୍କୁଲ ପିଲା ସମେତ ୬ ଜଣ ନିଖୋଜ ଅଛନ୍ତି । ଯଦିଓ ଡ଼ଙ୍ଗାରେ ଥିବା ଅନ୍ୟମାନଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର କାର୍ଯ୍ୟରେ ଏସଡିଆରଏଫ ଏବଂ ଏନଡିଆରଏଫ ଟିମ୍ ସାମିଲ୍ ରହିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ