ପୁରୁଲିଆ, 20 ଜୁନ୍ (ହି.ସ.)
- ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲାର ବଳରାମପୁର ଥାନା ଅନ୍ତର୍ଗତ ନାମଶୋଲ୍ ଗାଁ
ସ୍ଥିତ ପ୍ରାଥମିକ ବିଦ୍ୟାଳୟ ନିକଟରେ ଆଜି ସକାଳେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ନଅ ଜଣଙ୍କ
ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ଜାମସେଦପୁର-ପୁରୁଲିଆ ଜାତୀୟ ରାଜପଥ 18ରେ ଘଟିଛି।
ପୋଲିସ ଅନୁଯାୟୀ, ବଳରାମପୁର ପଟୁ ଆସୁଥିବା ଏକ ଟ୍ରେଲର୍ ଓ
ବିପରୀତ ଦିଗରୁ ଆସୁଥିବା ଏକ ବୋଲେରୋ ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି
ଧକ୍କାରେ ଦୁଇଟି ଗାଡ଼ି ଓଲଟିପଡ଼ିଥିଲା। ସ୍ଥାନୀୟ ଲୋକମାନେ ଓ ବଳରାମପୁର ପୋଲିସ ମିଶି ବୋଲେରୋରେ
ଥିବା ନଅ ଜଣକୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରି ବ୍ଲକ୍ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ
ନେଇଥିଲେ। ଡାକ୍ତରମାନେ ସମସ୍ତଙ୍କୁ ମୃତ ଘୋଷଣା କରିଛନ୍ତି। ଏହି ସମସ୍ତ ମୃତକ ଝାରଖଣ୍ଡର ନିମଡ଼ି
ଅଞ୍ଚଳର ବାସିନ୍ଦା।
ପୋଲିସ ଅନୁସାରେ, ଦୁର୍ଘଟଣା ପରେ ଟ୍ରେଲର୍ ଚାଳକ ଓ ଖଲାସି
ଘଟଣାସ୍ଥଳରୁ ପଳାଇଯାଇଥିଲେ। ସେମାନଙ୍କ ତଲାସୀ ଜାରି ଅଛି। ବୋଲେରୋରେ ଥିବା ଲୋକମାନେ ଝାରଖଣ୍ଡର
ନିମଡ଼ି ଅଞ୍ଚଳରୁ ପୁରୁଲିଆକୁ ଏକ ବିବାହ ସମାରୋହରେ ସାମିଲ ହେବାକୁ ଆସିଥିଲେ। ସମାରୋହ ପରେ
ସେମାନେ ନିମଡ଼ିକୁ ଫେରୁଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା