ବିମାନ ଦୁର୍ଘଟଣା- ଏବେ ସୁଦ୍ଧା 223 ମୃତକଙ୍କ ଡିଏନଏ ନମୁନା ମେଳ ଖାଇଲା, ପରିଜନଙ୍କୁ ହସ୍ତାନ୍ତର କରାଗଲାଣି 202 ପାର୍ଥିବ ଶରୀର
ଅହମଦାବାଦ, 20 ଜୁନ୍ (ହି.ସ.) - ଅହମଦାବାଦ ବିମାନ ଦୁର୍ଘଟଣାରେ ୨୦ ଜୁନ୍ ସକାଳ ୧୧:୫୦ ସୁଦ୍ଧା ମୋଟ ୨୨୩ ଜଣ ମୃତକଙ୍କ ଡିଏନଏ ନମୁନା ମେଳ ଖାଇଛି। ଏହାମଧ୍ୟରୁ ୨୨୦ ଜଣଙ୍କ ପରିଜନଙ୍କ ସହ ସଂପର୍କ ସ୍ଥାପିତ କରାଯାଇଛି ଏବଂ ତାଙ୍କୁ ୨୦୨ ଜଣ ଆତ୍ମୀୟଙ୍କର ପାର୍ଥିବଶରୀର ହସ୍ତାନ୍ତର କର
ବିମାନ ଦୁର୍ଘଟଣା- ଏବେ ସୁଦ୍ଧା 223 ମୃତକଙ୍କ ଡିଏନଏ ନମୁନା ମେଳ ଖାଇଲା, ପରିଜନଙ୍କୁ     ହସ୍ତାନ୍ତର କରାଗଲାଣି 202 ପାର୍ଥିବ ଶରୀର


ଅହମଦାବାଦ, 20 ଜୁନ୍ (ହି.ସ.)

- ଅହମଦାବାଦ ବିମାନ ଦୁର୍ଘଟଣାରେ ୨୦ ଜୁନ୍ ସକାଳ ୧୧:୫୦ ସୁଦ୍ଧା ମୋଟ ୨୨୩ ଜଣ

ମୃତକଙ୍କ ଡିଏନଏ ନମୁନା ମେଳ ଖାଇଛି। ଏହାମଧ୍ୟରୁ ୨୨୦ ଜଣଙ୍କ ପରିଜନଙ୍କ ସହ ସଂପର୍କ ସ୍ଥାପିତ

କରାଯାଇଛି ଏବଂ ତାଙ୍କୁ ୨୦୨ ଜଣ ଆତ୍ମୀୟଙ୍କର ପାର୍ଥିବଶରୀର ହସ୍ତାନ୍ତର କରାଯାଇଛି। ସିଭିଲ୍

ହସ୍ପିଟାଲର ଅଧୀକ୍ଷକ ଡ଼. ରାକେଶ ଜୋଶୀ ସୂଚନା ଦେଇଛନ୍ତି ଯେ,

ସିଭିଲ୍

ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଦୁଇ (୨) ଜଣ ଆହତଙ୍କର ମୃତ୍ୟୁ ହୋଇଥିବାରୁ ସେମାନଙ୍କର

ମୃତଦେହ ମଧ୍ୟ ପରିଜନଙ୍କୁ ହସ୍ତାନ୍ତର କରାଯାଇଛି। ଏହିପରି ଭାବେ ମୋଟ ୨୦୪ ଟି ଶବ ସିଭିଲ୍

ହସ୍ପିଟାଲରୁ ପରିଜନଙ୍କୁ ପ୍ରଦାନ କରାଯାଇଛି।

ଡ଼. ଜୋଶୀ କହିଛନ୍ତି ଯେ, ଯେଉଁ ୨୨୩ ଜଣ ମୃତକଙ୍କ ଡିଏନଏ ନମୁନା

ମେଳ ଖାଇଛି, ସେମାନଙ୍କ ମଧ୍ୟରେ ୧୬୮ ଜଣ ଭାରତୀୟ ନାଗରିକ,

୭ ଜଣ

ପୁର୍ତ୍ତୁଗାଲ୍, ୩୬ ଜଣ ବ୍ରିଟେନ୍, ଜଣେ କାନାଡା ଓ ୧୧ ଜଣ

ସ୍ଥାନୀୟ ଅର୍ଥାତ୍ ନନ୍-ପ୍ୟାସେଞ୍ଜର୍ ସାମିଲ ଅଛନ୍ତି। ସେ କହିଛନ୍ତି ଯେ,

୧୫ ଜଣ

ମୃତଦେହକୁ ବିମାନ ମାର୍ଗରେ ଓ ୧୮୯ ଟି ଶବକୁ ସଡ଼କ ମାର୍ଗରେ ସେମାନଙ୍କର ଘରେ ପହଁଚାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande