ନୁଆଦିଲ୍ଲା 21 ଜୁନ (ହି.ସ)-ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା
ଆଜି ସକାଳେ ଯମୁନା ନଦୀ କୁଳରେ ଯୋଗ କରିଛନ୍ତି। ଆନ୍ତର୍ଜାତୀୟ ଯୋଗ ଦିବସରେ ନଦୀ କୁଳରେ ଆୟୋଜିତ
କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ ମା ଯମୁନା ଆମର ବିଶ୍ୱାସର ପ୍ରତୀକ।ବର୍ଷ ବର୍ଷ ଧରି
କ୍ଷମତାରେ ଥିବା ସରକାର ଯମୁନାକୁ ଅଣଦେଖା କରିଛନ୍ତି।ଭାରତୀୟ ଜନତା ପାର୍ଟୀ (ବିଜେପି)ଦିଲ୍ଲୀରେ
କ୍ଷମତାକୁ ଆସିବା ମାତ୍ରେ ଯମୁନା ନଦୀକୁ ସଫା କରିବାର କାମ ହାତକୁ ନେଇଥିଲେ।ସେ କହିଥିଲେ ଯେ
ଆମେ ଏହି ନଦୀ କୁଳରେ ଯୋଗ କରିଥିଲୁ।ଦିଲ୍ଲୀର ଲୋକମାନେ ଦେଖିବା ଉଚିତ ଯେ ମା ଯମୁନାକୁ ଶୁଦ୍ଧ
କରିବାର କାର୍ଯ୍ୟ ଚାଲିଛି।ଖୁବଶୀଘ୍ର ଏଠାରେ କ୍ରୁଜ ଚାଲିବ। ପ୍ରଥମଥର ଯମୁନା ନଦୀକୁ ସଫା କରିବା
ପାଇଁ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରାଯାଉଛି।ଆମର ପ୍ରୟାସ ହେବ ଯେ ଯଦି ଯମୁନା ନଦୀରେ ଗୋଟିଏ ବି
ଟୋପା ପାଣି ପଡିଲେ ମଧ୍ୟ ତାହା ସଫା ହେଉ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା