ବିହାରରେ ବିଧବା, ବୃଦ୍ଧା ଓ ଦିବ୍ୟାଙ୍ଗ ଭତାରେ ପ୍ରାୟ ୩ ଗୁଣା ବୃଦ୍ଧି : ଏଣିକି ପ୍ରତି ମାସରେ ମିଳିବ ୧୧୦୦ ଟଙ୍କା
ପାଟନା, ୨୧ ଜୁନ୍ (ହି.ସ.)- ବିହାରର ନୀତିଶ ସରକାର ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ଶନିବାର ମାଷ୍ଟର ଷ୍ଟ୍ରୋକ୍ ଖେଳିଛନ୍ତି । ସେ ରାଜ୍ୟର ୧ କୋଟି ୯ ଲକ୍ଷ ୬୯ ହଜାର ୨୫୫ ବୃଦ୍ଧଜନ, ମହିଳା ଏବଂ ଦିବ୍ୟାଙ୍ଗଙ୍କ ସାମାଜିକ ସୁରକ୍ଷା ପେନସନକୁ ୪୦୦ ଟଙ୍କାରୁ ୧୧୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ମୁଖ୍
ବିହାରରେ ବିଧବା, ବୃଦ୍ଧା ଓ ଦିବ୍ୟାଙ୍ଗ ଭତାରେ ପ୍ରାୟ ୩ ଗୁଣା ବୃଦ୍ଧି : ଏଣିକି ପ୍ରତି ମାସରେ ମିଳିବ ୧୧୦୦ ଟଙ୍କା


ପାଟନା, ୨୧ ଜୁନ୍ (ହି.ସ.)- ବିହାରର ନୀତିଶ ସରକାର ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ଶନିବାର ମାଷ୍ଟର ଷ୍ଟ୍ରୋକ୍ ଖେଳିଛନ୍ତି । ସେ ରାଜ୍ୟର ୧ କୋଟି ୯ ଲକ୍ଷ ୬୯ ହଜାର ୨୫୫ ବୃଦ୍ଧଜନ, ମହିଳା ଏବଂ ଦିବ୍ୟାଙ୍ଗଙ୍କ ସାମାଜିକ ସୁରକ୍ଷା ପେନସନକୁ ୪୦୦ ଟଙ୍କାରୁ ୧୧୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ମୁଖ୍ୟମନ୍ତ୍ରୀ ନୀତିଶ ନିଜ ଏକ୍ସ ହେଣ୍ଡେଲରେ ଶନିବାର ଏନେଇ ସୂଚନା ଦେଇଛନ୍ତି । ସେ ଏହି ଘୋଷଣା କରିବା ସହ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି ଯେ, ମୋତେ ଏହା କହିବାକୁ ଖୁସି ଲାଗୁଛି ଯେ, ସାମାଜିକ ସୁରକ୍ଷା ପେନସନ ଯୋଜନା ଅନୁଯାୟୀ, ବିଧବା ମହିଳା, ବୃଦ୍ଧଲୋକ ଏବଂ ଦିବ୍ୟାଙ୍ଗଙ୍କୁ ଏଣିକି ପ୍ରତ୍ୟେକ ମାସରେ ୪୦୦ ଟଙ୍କା ସ୍ଥାନରେ ୧୧୦୦ ଟଙ୍କା ଭତା ମିଳିବ । ସମସ୍ତ ହିତାଧିକାରୀମାନଙ୍କୁ ଜୁଲାଇ ମାସରୁ ବର୍ଦ୍ଧିତ ଭତା ମିଳିବ । ସମସ୍ତ ହିତାଧିକାରୀମାନଙ୍କ ଖାତାରେ ଏହି ଅର୍ଥରାଶି ପ୍ରତି ମାସର ୧୦ ତାରିଖରେ ପଠାଇବାକୁ ସୁନିଶ୍ଚିତ କରାଯିବ । ଏହାଦ୍ୱାରା ୧ କୋଟି ୯ ଲକ୍ଷ ୬୯ ହଜାର ୨୫୫ ଜଣ ହିତାଧିକାରୀ ଉପକୃତ ହେବେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande