ବାନ୍ଦୀପୋରାରେ ଆତଙ୍କବାଦୀମାନଙ୍କ ସହଯୋଗୀ ଗିରଫ ,ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଉଦ୍ଧାର
ବାନ୍ଦୀପୋରା 21 ଜୁନ (ହି.ସ)-ଉତ୍ତରୀ କାଶ୍ମୀରର ବାନ୍ଦୀପୋରା ଜିଲ୍ଲାର କେତ୍ସୁନ ବିନଲୀପୋରା ଅଞ୍ଚଳରୁ ସୁରକ୍ଷାବାହିନୀ ଆଜି ଆତଙ୍କବାଦୀଙ୍କ ଜଣେ ସହଯୋଗାଙ୍କୁ ଗିରଫ କରିଛନ୍ତି।ତାଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଜବତ କରାଯାଇଛି।ଅଧିକାରୀମାନେ କହିଛନ୍ତି ଯ
ବାନ୍ଦୀପୋରାରେ ଆତଙ୍କବାଦୀମାନଙ୍କ ସହଯୋଗୀ ଗିରଫ ,ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଉଦ୍ଧାର


ବାନ୍ଦୀପୋରା 21 ଜୁନ (ହି.ସ)-ଉତ୍ତରୀ

କାଶ୍ମୀରର ବାନ୍ଦୀପୋରା ଜିଲ୍ଲାର କେତ୍ସୁନ ବିନଲୀପୋରା ଅଞ୍ଚଳରୁ ସୁରକ୍ଷାବାହିନୀ ଆଜି ଆତଙ୍କବାଦୀଙ୍କ ଜଣେ ସହଯୋଗାଙ୍କୁ ଗିରଫ କରିଛନ୍ତି।ତାଙ୍କ

ନିକଟରୁ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଜବତ

କରାଯାଇଛି।ଅଧିକାରୀମାନେ କହିଛନ୍ତି ଯେ 27 ଆସାମ ରାଇଫଲ୍ସ ଏବଂ ଜାମ୍ମୁକାଶ୍ମୀର ପୋଲିସର ମିଳିତ

ଟିମ କେତ୍ସୁନ ବିନଲୀପୋରାରେ ନିୟମିତ ଯାଞ୍ଚ ଅଭିଯାନ

ସମୟରେ ଅଲୁସାର ହଲମତପୋରା ନିବାସୀ 48 ବର୍ଷୀୟ

ବଶୀର ଅହମ୍ମଦଙ୍କୁ ଗିରଫ କରିଥିଲେ।ତାଙ୍କ ନିକଟରୁ ଏକ ଚାଇନିଜ ଗ୍ରେନେଡ ଏବଂ ଏକେ -47 ରାଇଫଲର

11 ଗୁଳି ଜବତ କରାଯାଇଛି।ବଶୀର ଅହମ୍ମଦ ଆତଙ୍କବାଦୀଙ୍କ ଜଣେ ସହଯୋଗୀ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande