ତୁଷୁରା ସରକାରୀ ବାଳକ ୟୁପି ସ୍କୁଲ୍ ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ବଲାଙ୍ଗିର, ୨୧ ଜୁନ୍ (ହି.ସ.)- ଅନ୍ତର୍ଜାତୀୟ ଯୋଗ ଦିବସ ତୁଷୁରା ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ରାଧା ରମଣ କେଡିଆ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବ
*ତୁଷୁରା ସରକାରୀ ବାଳକ ୟୁପି ସ୍କୁଲ୍ ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ*


*ତୁଷୁରା ସରକାରୀ ବାଳକ ୟୁପି ସ୍କୁଲ୍ ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ*


*ତୁଷୁରା ସରକାରୀ ବାଳକ ୟୁପି ସ୍କୁଲ୍ ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ*


*ତୁଷୁରା ସରକାରୀ ବାଳକ ୟୁପି ସ୍କୁଲ୍ ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ*


ବଲାଙ୍ଗିର, ୨୧ ଜୁନ୍ (ହି.ସ.)- ଅନ୍ତର୍ଜାତୀୟ ଯୋଗ ଦିବସ ତୁଷୁରା ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ରାଧା ରମଣ କେଡିଆ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସାମ୍ବାଦିକ ମନୋଜ ଜୈନ ଯୋଗ ଦେଇଥିଲେ। ଯୋଗଗୁରୁ ସନ୍ତୋଷ କୁମାର ସାହୁ ଶିବିରାର୍ଥୀଙ୍କୁ ଯୋଗ ଶିଖାଇ ଥିଲେ।

ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମ୍ମେଳନ ତୁଷୁରା ଶାଖାର ବାଳ ବିକାଶ ପ୍ରମୁଖ ଊଷା କେଡିଆଙ୍କ ନେତୃତ୍ବରେ ସଭାନେତ୍ରୀ ଶାରଦା କେଡିଆ, ସମ୍ପାଦିକା ସୁଶୀଳା ଅଗ୍ରୱାଲ, ସଦସ୍ୟା ରମା ଜୈନ, ମଞ୍ଜୁ କେଡିଆ ଓ ସ୍ବିଟି ଅଗ୍ରୱାଲ ପ୍ରମୁଖ ଶିବିରରେ ଯୋଗଦେଇ ଶିବିରାର୍ଥୀ ମାନଙ୍କୁ ବିସ୍କୁଟ ଓ ଫ୍ରୁଟ ଜୁସ୍ ବଣ୍ଟନ କରିଥିଲେ। ସହକାରୀ ଶିକ୍ଷୟିତ୍ରୀ ରଞ୍ଜିତା ନାଗ ଓ ଆକାଂକ୍ଷା ରାଣୀ ଯୋଶୀ ସହଯୋଗ କରିଥିଲେ ଓ ଶିକ୍ଷୟିତ୍ରୀ ବିନ୍ଦୁ ମାହାଣା ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande