ଗଂଜାମ, 21 ଜୁନ୍ (ହି.ସ.)
ପିତ୍ତଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ସକାଳେ ଯୋଗ ଶିକ୍ଷକ ହରିବଂଧୁ ନାୟକଙ୍କ ତତ୍ୱାବଧାନରେ ବିଶ୍ୱ ଯୋଗ ଦିବସ ଅନୁଷ୍ଠିତ ହୋଇଯାଇଛି । ଡାକ୍ତର ମାନସ ରଂଜନ ବିଷୋଇ, ଆୟୁଷଡାକ୍ତର ଦେବାଶିଷ ଶତପଥୀ, ଫାର୍ମାସିଷ୍ଟ ବସନ୍ତ କୁମାର ସୁବୁଦ୍ଧି, ଏଲ୍ ଟି ପ୍ରତିୱାସାହୁ, ହସପିଟାଲକର୍ମଚାରୀ ଶରତ ଚନ୍ଦ୍ର ପଟ୍ଟନାୟକ, ପଂଚାନନ ଗୌଡ,ରୋହିତ ନାୟକ, ଦୟାନିଧି ସାହୁଙ୍କ ସମେତ ସ୍ଥାନୀୟ 30 ଜଣ ବ୍ୟକ୍ତି ଏଥିରେ ଅଂଶଗ୍ରହଣ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ