ଚୀନ ସହ ଲାଗିଥିବା ସୀମାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିଲା ଭାରତୀୟ ସେନା
ଇଟାନଗର, 21 ଜୁନ୍ (ହି.ସ.)- ଅରୁଣାଚଳ ପ୍ରଦେଶର ଭାରତ-ଚୀନ ସୀମାରେ ମୁତୟନ ଭାରତୀୟ ସେନା ଶନିବାର ଦିନ ଶି-ୟୋମି ଜିଲ୍ଲାର ମେନଚୁକାରେ 11ତମ ଆନ୍ତର୍ଜାତୀୟ ଯୋଗ ଦିବସ ଉତ୍ସାହପୂର୍ବକ ମନାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସେନା ଯବାନମାନେ ଓ ସ୍ଥାନୀୟ ନାଗରିକମ
ଚୀନ ସହ ଲାଗିଥିବା ସୀମାରେ     ଅନ୍ତର୍ଜାତୀୟ ଯୋଗ ଦିବସ ପାଳିଲା ଭାରତୀୟ ସେନା


ଇଟାନଗର, 21 ଜୁନ୍ (ହି.ସ.)- ଅରୁଣାଚଳ

ପ୍ରଦେଶର ଭାରତ-ଚୀନ ସୀମାରେ ମୁତୟନ ଭାରତୀୟ ସେନା ଶନିବାର ଦିନ ଶି-ୟୋମି ଜିଲ୍ଲାର ମେନଚୁକାରେ

11ତମ ଆନ୍ତର୍ଜାତୀୟ ଯୋଗ ଦିବସ ଉତ୍ସାହପୂର୍ବକ ମନାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ

ସେନା ଯବାନମାନେ ଓ ସ୍ଥାନୀୟ ନାଗରିକମାନେ ସ୍ୱାସ୍ଥ୍ୟ, ସଦଭାବ

ଓ ଏକତାକୁ ବୃଦ୍ଧି କରିବା ପାଇଁ ଏକାସାଥିରେ ଯୋଗ ଅଭ୍ୟାସ କରିଥିଲେ। ଏହି କାର୍ଯ୍ୟକ୍ରମରେ

ନାଗରିକ ପ୍ରଶାସନ,

ସ୍ଥାନୀୟ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଓ ଘାଟୀରେ ଥିବା ଅନ୍ୟାନ୍ୟ

ଅର୍ଦ୍ଧସେନା ବଳର ଯବାନମାନେ ମଧ୍ୟ ଅଂଶ ନେଇଥିଲେ।

11ତମ ଅନ୍ତର୍ଜାତୀୟ ଯୋଗ

ଦିବସ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସମୁଦାୟର ଲୋକେ, ସେନା ଓ ଅର୍ଦ୍ଧସାମରିକ ବଳର ଯବାନମାନେ

ଏକାସାଥିରେ ବିଭିନ୍ନ ଯୋଗ ଆସନ ଓ ପ୍ରାଣାୟମ କରିଥିଲେ। କାର୍ଯ୍ୟକ୍ରମ ସମୟରେ ସେମାନେ ସୂର୍ଯ୍ୟ

ନମସ୍କାର, ଭୁଜଙ୍ଗାସନ, ପ୍ରାଣାୟମ ସହିତ

ଅନେକ ଅନ୍ୟାନ୍ୟ ଯୋଗ ଆସନ ଓ ଅଭ୍ୟାସ ମଧ୍ୟ କରିଥିଲେ।

ଏହି ଉତ୍ସବରେ ଜିଲ୍ଲାର ଏଡିସି

ମେନଚୁକା, ସ୍ଥାନୀୟ ନାଗରିକମାନେ, ସେନା

ଓ ଅର୍ଦ୍ଧସାମରିକ ବଳର ଯବାନମାନଙ୍କ ସହିତ 200ରୁ ଅଧିକ ପ୍ରତିଭାଗୀ ଭାଗ ନେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande