ମରାଠି ଚଳଚ୍ଚିତ୍ର ଅଭିନେତା ତୁଷାର ଘାଡ଼ିଗାଓଁକରଙ୍କ ଆତ୍ମହତ୍ୟା; କାମ ମିଳୁନଥିବାରୁ ଚିନ୍ତିତ ଥିଲେ
ମୁମ୍ବାଇ, ୨୧ ଜୁନ୍ (ହି.ସ.)- ମରାଠି ଚଳଚ୍ଚିତ୍ର ଅଭିନେତା ତୁଷାର ଘାଡ଼ିଗାଓଁକର (୩୨) ଶୁକ୍ରବାର ବିଳମ୍ବିତ ରାତିରେ ନିଜର ଭାଣ୍ଡୁପ ସ୍ଥିତ ଘରେ ଆତ୍ମହତ୍ୟା କରିଛନ୍ତି । ପୋଲିସ ତୁଷାରଙ୍କ ଶବ ଚଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । କୁହାଯାଉଛି, କାମ ମିଳୁନଥିବାରୁ ସେ ଚିନ୍ତିତ ଥିଲେ ଏବଂ ଏଭଳି ଚରମ
ମରାଠି ଚଳଚ୍ଚିତ୍ର ଅଭିନେତା ତୁଷାର ଘାଡ଼ିଗାଓଁକରଙ୍କ ଆତ୍ମହତ୍ୟା; କାମ ମିଳୁନଥିବାରୁ ଚିନ୍ତିତ ଥିଲେ


ମୁମ୍ବାଇ, ୨୧ ଜୁନ୍ (ହି.ସ.)- ମରାଠି ଚଳଚ୍ଚିତ୍ର ଅଭିନେତା ତୁଷାର ଘାଡ଼ିଗାଓଁକର (୩୨) ଶୁକ୍ରବାର ବିଳମ୍ବିତ ରାତିରେ ନିଜର ଭାଣ୍ଡୁପ ସ୍ଥିତ ଘରେ ଆତ୍ମହତ୍ୟା କରିଛନ୍ତି । ପୋଲିସ ତୁଷାରଙ୍କ ଶବ ଚଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । କୁହାଯାଉଛି, କାମ ମିଳୁନଥିବାରୁ ସେ ଚିନ୍ତିତ ଥିଲେ ଏବଂ ଏଭଳି ଚରମ ପଦକ୍ଷେପ ନେଇଥିଲେ ।

ଚଲୋ ହାୱା ଆନେ ଦୋ (ଚଲା ହାୱା ୟେଉ ଦ୍ୟା) ଫେମ୍ ଆକ୍ଟର ଅଙ୍କୁର ବଧେ ଇନଷ୍ଟାଗ୍ରାମ୍ ରେ ତୁଷାର ଘାଡ଼ିଗାଓଁକରଙ୍କ ଫଟୋ ସେୟାର କରି ତାଙ୍କ ପରଲୋକର ଖବର ସେୟାର କରିଛନ୍ତି । ସେ ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ, କାହିଁକି ବନ୍ଧୁ, କ’ଣ ପାଇଁ ? କାମ ଆସେ ଆଉ ଚାଲିଯାଏ । ଆମକୁ କୌଣସି ରାସ୍ତା ବାହାର କରିବା ଆବଶ୍ୟକ, କିନ୍ତୁ ଆତ୍ମହତ୍ୟା ଏହାର ରାସ୍ତା ନୁହେଁ । ମୁଁ ସ୍ୱୀକାର କରୁଛି ଯେ, ବର୍ତମାନର ପରିସ୍ଥିତି ବିଚିତ୍ର ଅଟେ, କିନ୍ତୁ ଏପରି ନିଷ୍ପତି ନିଆଯାଇପାରିବ ନାହିଁ । ତୁଷାର ଘାଡ଼ିଗାଓଁକର, ଯଦି ତୁମେ ହାରିଛ ତ ଆମେ ସମସ୍ତେ ହାରିଛୁ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande