ଭୁବନେଶ୍ୱର, ୨୧ ଜୁନ (ହି.ସ)- ସୁବର୍ଣ୍ଣରେଖାରେ ବନ୍ୟା ପାଣି ଯୋଗୁଁ ବାଲେଶ୍ୱରର ୩ ବ୍ଲକ୍ ପ୍ରଭାବିତ ହୋଇଛି ବୋଲି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ବାଲେଶ୍ୱରର ବସ୍ତା, ବାଲିଆପାଳ, ଭୋଗରାଇରେ ତଳିଆ ଅଂଚଳ ପ୍ରଭାବିତ ହୋଇଛି। ରାଜଘାଟରେ ଏବେ ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା ପ୍ରବାହିତ ହେଉଛି। ଉପର ମୁଣ୍ଡରେ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରଖି ପଦକ୍ଷେପ ନିଆଯାଉଛି। ଏବେ ସମୁଦ୍ରରେ ପରିସ୍ଥିତି ଅନୁକୂଳ ଥିବାରୁ ଶୀଘ୍ର ପାଣି କମିବ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା