13 Jul 2025, 10:02 HRS IST

୧୯୬୦ ଦଶକର ବିଶିଷ୍ଟ ଛାତ୍ରନେତା ଗାନ୍ଧିବାଦୀ ଗୌରାଙ୍ଗ ଚରଣ ହୋତା ପାଇବେ ଚଳିତବର୍ଷର ଗାନ୍ଧୀ ଗୌରବ ସମ୍ମାନ
ଭୁବନେଶ୍ୱର, ୨୨ ଜୁନ (ହି.ସ.) – ୧୯୬୦ ଦଶକର ବିଶିଷ୍ଟ ଛାତ୍ରନେତା, ଦୈନିକ ମାତୃଭୂମୀର ପୂର୍ବତନ ଜେନେରାଲ ମ୍ୟାନେଜର, ପ୍ରକାଶକ, ମୁଦ୍ରକ ଓ ଗାନ୍ଧୀ ବିଚାରଧାରାର ଏକ ସମର୍ପିତ ପ୍ରାଣ ଗୌରାଙ୍ଗ ଚରଣ ହୋତାଙ୍କୁ ଚଳିତ ବର୍ଷର ଗାନ୍ଧୀଗୌରବ ସମ୍ମାନ-୨୦୨୫ ପ୍ରଦାନ କରାଯିବ ବୋଲି ମହାତ୍ମାଗାନ୍ଧୀ ଅହିଂସା ଐତି
୧୯୬୦ ଦଶକର ବିଶିଷ୍ଟ ଛାତ୍ରନେତା ଗାନ୍ଧିବାଦୀ ଗୌରାଙ୍ଗ ଚରଣ ହୋତା ପାଇବେ ଚଳିତବର୍ଷର ଗାନ୍ଧୀ ଗୌରବ ସମ୍ମାନ


ଭୁବନେଶ୍ୱର, ୨୨ ଜୁନ (ହି.ସ.) – ୧୯୬୦ ଦଶକର ବିଶିଷ୍ଟ ଛାତ୍ରନେତା, ଦୈନିକ ମାତୃଭୂମୀର ପୂର୍ବତନ ଜେନେରାଲ ମ୍ୟାନେଜର, ପ୍ରକାଶକ, ମୁଦ୍ରକ ଓ ଗାନ୍ଧୀ ବିଚାରଧାରାର ଏକ ସମର୍ପିତ ପ୍ରାଣ ଗୌରାଙ୍ଗ ଚରଣ ହୋତାଙ୍କୁ ଚଳିତ ବର୍ଷର ଗାନ୍ଧୀଗୌରବ ସମ୍ମାନ-୨୦୨୫ ପ୍ରଦାନ କରାଯିବ ବୋଲି ମହାତ୍ମାଗାନ୍ଧୀ ଅହିଂସା ଐତିହ୍ୟ ଟ୍ରଷ୍ଟର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି।

ମହାତ୍ମା ଗାନ୍ଧୀ ଅହିଂସା ଐତିହ୍ୟ ଟ୍ରଷ୍ଟର ପ୍ରତିଷ୍ଠାତା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ପୂର୍ବତନ ମନ୍ତ୍ରୀ, ଗାନ୍ଧୀ ମଣିଷ ଦୋଳଗୋବିନ୍ଦ ପ୍ରଧାନଙ୍କ ୯୯ତମ ଜୟନ୍ତୀ ଉତ୍ସବ ଆସନ୍ତା ୨୮ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱର ବୁଦ୍ଧ ମନ୍ଦିର ନୂତନ ସଭାଗୃହରେ ବରିଷ୍ଠ ରାଜନେତା ସୌମ୍ୟରଞ୍ଜନ ପଟ୍ଟନାୟକ, ନ୍ୟାୟମୂର୍ତି ଦେବବ୍ରତ ଦାସ, ବରିଷ୍ଠ ପୂର୍ବ ପ୍ରଶାସକ ଅରବିନ୍ଦ ବେହେରା ଓ ବାଗ୍ମୀ ପ୍ରଦ୍ୟୁମ୍ନ ଶତପଥୀଙ୍କ ଉପସ୍ଥିତିରେ ଶ୍ରୀ ହୋତାଙ୍କୁ ଗାନ୍ଧୀ ଗୌରବ ସମ୍ମାନରେ ସମ୍ବର୍ଦ୍ଧିତ କରାଯିବ।

ଆଜିର ଏହି ବୈଠକରେ ଡଃ ବୁଦ୍ଧଦେବ ମିଶ୍ର, ଡଃ ଆଲୋକ ରଥ, ପୁଷ୍ପରାଜ ପ୍ରଧାନ, ପୂର୍ବ ପ୍ରଶାସକ ସହଦେବ ଜୟସିଂହ, ଶିକ୍ଷାବିତ୍ କୈଳାସ ଚନ୍ଦ୍ର ମିଶ୍ର, ଯୋଗାଚାର୍ଯ୍ୟ ପୃଥ୍ୱୀରାଜ ପ୍ରଧାନ, ଟ୍ରଷ୍ଟି ପ୍ରଜ୍ଞାରାଜ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସମାଜସେବୀ ବରୁଣ ରାଜ ଧନ୍ୟବାଦ ଅର୍ପଣ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଉପରୋକ୍ତ ଜୟନ୍ତୀ ଉତ୍ସବରେ ସମାଜରେ ସାଧାରଣ ଜନତା ପାଇଁ କାର୍ଯ୍ୟ କରୁଥିବା ୧୫ଜଣ ବିଶିଷ୍ଟ ସମାଜସେବୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ।

ହିନ୍ଦୁସ୍ଥାନ ସମାଚାର/ଭାନୁ

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande