ନୂଆଦିଲ୍ଲୀ, 22 ଜୁନ୍ (ହି.ସ.)- ଦେଶର
ବିଭିନ୍ନ ଅଞ୍ଚଳରେ ମୌସୁମୀ ସକ୍ରିୟ ହୋଇଛି। ରାଜଧାନୀ ଦିଲ୍ଲୀ ସହିତ କେତେକ ରାଜ୍ୟରେ ଶନିବାର
ଦିନ ହୋଇଥିବା ଝିପିଝିପି ବର୍ଷା ଲୋକଙ୍କୁ ପ୍ରବଳ ଗରମରୁ ଆଶ୍ୱସ୍ତି ଦେଇଛି। ଦିଲ୍ଲୀରେ ସାଧାରଣ
ସମୟଠାରୁ ପ୍ରାୟ ତିନି ଦିନ ପୂର୍ବରୁ ମୌସୁମୀ ପ୍ରବେଶ କରିଥିବାରୁ ସହରବାସୀ ଆଶ୍ୱସ୍ତ
ହୋଇଛନ୍ତି ।
ପାଣିପାଗ ବିଜ୍ଞାନ
କେନ୍ଦ୍ରପକ୍ଷରୁ ଆସନ୍ତା କିଛି ଦିନ ଧରି ଦେଶର ଅନେକ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର
ସମ୍ଭାବନା ରହିଛି।
ଆଇଏମଡି ରବିବାର ପାଇଁ
ଦେଶର ବିଭିନ୍ନ ଅଞ୍ଚଳ ପାଇଁ ବିସ୍ତୃତ ପୂର୍ବାନୁମାନ ଜାରି କରିଛି। ଏହାନୁସାରେ, ଆସମ୍, ମେଘାଳୟ, ପୂର୍ବ ରାଜସ୍ଥାନ, ଗୁଜରାଟ, ହରିୟାଣା, ଚଣ୍ଡୀଗଡ଼, ଦିଲ୍ଲୀ, ହିମାଚଳ ପ୍ରଦେଶ, କୋଙ୍କଣ, ଗୋଆ, ମଧ୍ୟ ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ନାଗାଲ୍ୟାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ପଂଜାବ, ଉପ-ହିମାଲୟୀ ପଶ୍ଚିମ ବଙ୍ଗ, ସିକିମ୍, ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡର ବିଭିନ୍ନ ସ୍ଥାନରେ ପ୍ରବଳରୁ
ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହିତ, ଆଣ୍ଡାମାନ୍ ଓ ନିକୋବାର ଦ୍ୱୀପପୁଞ୍ଜ, ଅରୁଣାଚଳ ପ୍ରଦେଶ, ବିହାର, କାର୍ଷିଣ କର୍ଣାଟକ, ପଶ୍ଚିମ ବଙ୍ଗ, ଜମ୍ମୁ-କାଶ୍ମୀର, ଲଦ୍ଦାଖ, ଗିଲଗିତ-ବାଲ୍ଟିସ୍ତାନ, ମୁଜଫ୍ଫରାବାଦ, ଝାରଖଣ୍ଡ, କେରଳ ଓ ମାହେରେ ମଧ୍ୟ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି
।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା