କେତେ ସୁରକ୍ଷିତ ଡବା ଓ ଜାର୍ ପାଣି, ଚଢ଼ଉ ଦାବି
ଜୟପୁର, ୨୩ ଜୁନ୍ (ହି.ସ.)- ବିଶୁଦ୍ଧ ପାଣି କହି ଜାର ଡବାରେ ସାଧାରଣ ପାଣି ଭରି ବିକ୍ରି ହେଉଛି । ଲୋକେ ଟଙ୍କା ଦେଇ ବିଶୁଦ୍ଧ ପାଣି ନାଁରେ ବିଶୋଧନ ହୋଇନଥିବା ବୋରୱେଲ ପାଣି ପିଉଥିବା ଅଭିଯୋଗ ହୋଇଆସୁଛି । ମାଲେ ମାଲ ହେଉଛନ୍ତି ପାଣି ବେପାରୀ । ଲାଭକୁ ଦେଖି କୋରପୁଟ ଜିଲା ଜୟପୁର, କୋରାପୁଟ, କୋଟପାଡ
କେତେ ସୁରକ୍ଷିତ ଡବା ଓ ଜାର୍ ପାଣି, ଚଢ଼ଉ ଦାବି


ଜୟପୁର, ୨୩ ଜୁନ୍ (ହି.ସ.)- ବିଶୁଦ୍ଧ ପାଣି କହି ଜାର ଡବାରେ ସାଧାରଣ ପାଣି ଭରି ବିକ୍ରି ହେଉଛି । ଲୋକେ ଟଙ୍କା ଦେଇ ବିଶୁଦ୍ଧ ପାଣି ନାଁରେ ବିଶୋଧନ ହୋଇନଥିବା ବୋରୱେଲ ପାଣି ପିଉଥିବା ଅଭିଯୋଗ ହୋଇଆସୁଛି । ମାଲେ ମାଲ ହେଉଛନ୍ତି ପାଣି ବେପାରୀ । ଲାଭକୁ ଦେଖି କୋରପୁଟ ଜିଲା ଜୟପୁର, କୋରାପୁଟ, କୋଟପାଡ ସେମିଳିଗୁଡା ଆଦି ଅଞ୍ଚଳରେ ପାଣି ଡବା ବା ଜାର ଦୋକାନରେ ବିକ୍ରି ହେଉଛି । ଯାହାକୁ ଯାଞ୍ଚ ନ କରି ହାତ ଗୁଞ୍ଜା ନେଇ ଅନୁମତି ଦିଆଯାଉଥିବା ଅଭିଯୋଗ ହେଉଛି । ସେହିପରି ଯୋଗାଣ ହେଉଥିବା ପାଣି ବିଶୁଦ୍ଧ କି ନାହିଁ ତାହା ମଧ୍ୟ କେବେ ଯାଞ୍ଚ ହେଉନି । ଲୋଙ୍କ ଆଖିରେ ଆଙ୍ଗୁଠି ଗେଂଜି ଲୁଟିବାରେ ଲାଗିଛନ୍ତି ପାଣି ବେପାରୀ । କୋରାପୁଟ ଜିଲ୍ଲାର ୧୪ଟି ବ୍ଲକରେ ଯୋଗାଇ ଦିଆଯାଉଥିବା ପାଣି ବିଭିନ୍ନ ପଞ୍ଚାୟତରେ ଯଥେଷ୍ଟ ପରିମାଣ ପହଂଚି ପାରୁନାହିଁ । ତେଣୁ ଅନେକ ଲୋକ ବିଭିନ୍ନ ଫାକ୍ଟ୍ରିରୁ ଯୋଗାଣ ହେଉଥିବା ପାଣି ଜାର କିଣି ପିିଉଛନ୍ତି । ୨୦ ଲିଟର ଜାର ପାଣି ୪୦ରୁ ୪୫ ଟଙ୍କାରେ ବିକ୍ରି ହେଉଛି । ପ୍ରତ୍ୟେକ ଦିନ ବିଭିନ୍ନ ପାଣି ଫାକ୍ଟ୍ରିର କର୍ମଚାରୀ, ଗାଡ଼ିରେ ପାଣି ଜାର ଧରି ଘର, ଦୋକାନ ଓ ଅଫିସ ଆଦି ବୁଲି ଯୋଗାଇ ଦେଉଛନ୍ତି । ସେହିଭଳି ବାହାଘର, ବ୍ରତଘର କିମ୍ବା ଅନ୍ୟ କୌଣସି ସାମୂହିକ କାର୍ଯ୍ୟ ତଥା ଉତ୍ସବରେ ଶତାଧିକ ପାଣି ଜାର ବ୍ୟବହାର କରାଯାଉଛି । ଅନେକ ସମୟରେ ଏହି ପାଣିରେ ଗୁଣ୍ଡ ଭାସୁଥିବାର ଦେଖା ଯାଇଥାଏ । ମାତ୍ର ଲୋକେ ବିଶୁଦ୍ଧ ପାଣି ନାଁରେ ସେ ସବୁକୁ ପାନୀୟ ଭାବେ ବ୍ୟବହାର କରିଥାନ୍ତି । ଯୋଗାଣ ହେଉଥିବା ପାଣି ଫାକ୍ଟ୍ରି ନିକଟସ୍ଥ ବ୍ଲକ ଅଞ୍ଚଳରେ ଥିବାରୁ ପାଣି କମ୍ପାନୀକୁ ଯାଇ ଟିମ୍ ଯାଇ ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରିବାକୁ ବୁଦ୍ଧିଜୀବୀ ଦାବୀ କରିଛନ୍ତି । ନିୟମ ଅନୁସାରେ ପାଣି ଫାକ୍ଟ୍ରି କରିବାକୁ ହେଲେ ଏଥିପାଇଁ ରହିଥିବା ଏସଓପି କୁ ପାଳନ କରିବାକୁ ପଡିଥାଏ । ଆବଶ୍ୟକୀୟ ଘର, ଜଳ ବିଶୋଧନ ମେସିନ ବସାଇବା ସହ ପାଣି କେଉଁଠୁ ଆସିବ ସେ ନେଇ ସୁନିଶ୍ଚିତ କରିବାକୁ ପଡିଥାଏ । ବିଆଇଏସ ଟିମ୍ ସହ ଖାଦ୍ୟ ସୁରକ୍ଷା ବିଭାଗ ଯାଞ୍ଚ କରି ପ୍ରମାଣ ପତ୍ର ଦେବା ପରେ ଏହା ଖୋଲିଥାଏ । ମାତ୍ର କମ୍ ଖର୍ଚ୍ଚରେ ଅଧିକ ଲାଭ ହେଉଥିବାରୁ ବିନା ଅନୁମତିରେ ଅନେକ ପାଣି ଫାକ୍ଟ୍ରି ନିକଟସ୍ଥ ବ୍ଲକ ଅଂଚଳରେ ଖୋଲି ବ୍ୟବସାୟ ଚଳାଇଛନ୍ତି । କିନ୍ତୁ, ବିଭାଗ ଏଥିପ୍ରତି ଦୃଷ୍ଟି ଦେଉନାହିଁ । ଜିଲ୍ଲାରେ କେତେ ବେଆଇନ ପାଣି ଫାକ୍ଟ୍ରି ଚାଲିଛି ସେ ନେଇ ପ୍ରଶାସନ ପାଖରେ ଖବର ନାହିଁ । ତେଣୁ ପ୍ରଶାସନ ତଥ୍ୟ ସଗ୍ରହ କରି ଚଢଉ କରିବାକୁ ଦାବି ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande