ନୂଆଦିଲ୍ଲୀ, 23 ଜୁନ୍ (ହି.ସ.)
- ଜଷ୍ଟ ରାଇଟ୍ସ
ଫର୍ ଚିଲଡ୍ରେନ ଏବଂ ଦେଶବ୍ୟାପୀ ୨୫୦ ରୁ ଅଧିକ ସହଯୋଗୀ ସଂଗଠନ ଓ ଆଇନ ପ୍ରବର୍ତ୍ତନ ଏଜେନ୍ସିର
ସହଯୋଗରେ ଗତ ଏକ ବର୍ଷ ମଧ୍ୟରେ ଦେଶରେ ୩୮,୩୮୮ ଟି ଚଢାଉ କାର୍ଯ୍ୟବାହୀ ଅଭିଯାନ କରାଯାଇଥିଲା , ଯେଉଁଥିରେ ୫୩,୬୫୧ ଜଣ ଶିଶୁ
ଶ୍ରମିକଙ୍କୁ ମୁକ୍ତ କରାଯାଇଛି। ଏହି ମଧ୍ୟରୁ ୯୦ ପ୍ରତିଶତ ଶିଶୁ ସେହି ସ୍ଥାନରେ କାମ କରୁଥିଲେ,
ଯାହାକୁ ଆନ୍ତର୍ଜାତୀୟ ଶ୍ରମ ସଂଗଠନ ଓ ଭାରତ ସରକାର
ପକ୍ଷରୁ ଶିଶୁ ଶ୍ରମର ସବୁଠୁ ଖରାପ ଓ ଅମାନବୀୟ ରୂପ ବୋଲି ଗଣାଯାଏ।
ଏହି କ୍ଷେତ୍ରଗୁଡ଼ିକରେ ସ୍ପା,
ମସାଜ୍ ପାର୍ଲର, ଆର୍କେଷ୍ଟ୍ରା ଓ ଏହାଭଳି ଅନ୍ୟାନ୍ୟ ଉଦ୍ୟୋଗ ସାମିଲ ଅଛି,
ଯେଉଁଠାରେ ଶିଶୁମାନେ ବାଲ୍ୟ ବେଶ୍ୟାବୃତ୍ତି କିମ୍ବା
ଜବରଦସ୍ତୀ ଯୌନ ଉଦ୍ଦେଶ୍ୟରେ ବ୍ୟବହୃତ ହୁଅନ୍ତି।
ଏହି ତଥ୍ୟଗୁଡ଼ିକ ଜେଆରସିର
ସହଯୋଗୀ ସଂଗଠନ ଇଣ୍ଡିଆ ଚାଇଲ୍ଡ ପ୍ରୋଟେକ୍ସନ୍ ର ଗବେଷଣା ବିଭାଗ ସେଣ୍ଟର୍
ଫର୍ ଲିଗାଲ୍ ଆକ୍ସନ୍ ଏଣ୍ଡ ବିହେଭିଅର୍ ଚେଞ୍ଜର ଶିଶୁ ଶ୍ରମ ସଂପର୍କରେ ଏକ ରିପୋର୍ଟ –
‘ବିଲ୍ଡିଂ ଦ କେସ୍ ଫର୍ ଜିରୋ: ହାଓ ପ୍ରସିକ୍ୟୁସନ୍
ଆକ୍ଟସ ଏଜ୍ ଟିପିଂ ପଏଣ୍ଟ୍ ଟୁ ଏଣ୍ଡ ଚାଇଲ୍ଡ ଲେବର୍’ – ମାଧ୍ୟମରେ ପ୍ରକାଶିତ ହୋଇଛି।
ଏହି ରେଡ ପରେ ୩୮,୩୮୮ ଟି ମାମଲା ରୁଜୁ କରାଯାଇଥିଲା ଏବଂ ୫,୮୦୯ ଜଣଙ୍କୁ ଗିରଫ କରାଯାଇଛି। ଏଥିରେ ୮୫ ପ୍ରତିଶତ ଗିରଫ ଶିଶୁ ଶ୍ରମ
ସମ୍ପର୍କିତ ମାମଲାରେ ହୋଇଛି। ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ସେହି ରିପୋର୍ଟରେ ଶିଶୁ
ଶ୍ରମକୁ ଶେଷ କରିବା ପାଇଁ ଏକ ଜାତୀୟ ଶିଶୁ ଶ୍ରମ ଉନ୍ମୁଳନ ମିଶନ ଆରମ୍ଭ କରିବା,
ଏଥିପାଇଁ ପର୍ଯ୍ୟାପ୍ତ ସଂଶାଧନର ଆବଂଟନ ଓ ଜିଲ୍ଲାରେ
ଜିଲ୍ଲାସ୍ତରୀୟ ଚାଇଲ୍ଡ ଲେବର ଟାସ୍କ ଫୋର୍ସଗଠନ କରିବାକୁ ପରାମର୍ଶ ଦିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା