ଆଇଏସଆଇଏସ ସହ ସଂପର୍କ ଥିବା ଅଭିଯୋଗରେ ତିନି ଗିରଫ
କୋଲକାତା, 23 ଜୁନ୍ (ହି.ସ.)- ଦକ୍ଷିଣ କୋଲକାତାର କସ୍ବା ଅଞ୍ଚଳରେ ଏକ ଭଡା ଫ୍ଲାଟରୁ ତିନି ଯୁବକଙ୍କୁ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ସହିତ କଥିତ ସମ୍ପର୍କ ରହିଥିବା ଅଭିଯୋଗରେ ଗିରଫ କରାଯାଇଛି। କେନ୍ଦ୍ରୀୟ ଗୁପ୍ତଚର ବିଭାଗ ଗୋପନୀୟ ସୂଚନା ଆଧାରରେ କାର୍ଯ୍ୟାନୁଷ୍ଠାନ ନେ
ଆଇଏସଆଇଏସ ସହ ସଂପର୍କ ଥିବା     ଅଭିଯୋଗରେ ତିନି ଗିରଫ


କୋଲକାତା, 23 ଜୁନ୍ (ହି.ସ.)- ଦକ୍ଷିଣ

କୋଲକାତାର କସ୍ବା ଅଞ୍ଚଳରେ ଏକ ଭଡା ଫ୍ଲାଟରୁ ତିନି ଯୁବକଙ୍କୁ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ସହିତ

କଥିତ ସମ୍ପର୍କ ରହିଥିବା ଅଭିଯୋଗରେ ଗିରଫ କରାଯାଇଛି। କେନ୍ଦ୍ରୀୟ ଗୁପ୍ତଚର ବିଭାଗ ଗୋପନୀୟ

ସୂଚନା ଆଧାରରେ କାର୍ଯ୍ୟାନୁଷ୍ଠାନ ନେଇ, ଏମାନଙ୍କୁ ରବିବାର ରାତିରେ ଗିରଫ କରିଛି। ଏମାନଙ୍କୁ ପ୍ରଥମେ ହେପାଜତକୁ ନିଆଯାଇଥିଲା ଏବଂ

ପଚରାଉଚରା ପରେ ଗିରଫ କରାଯାଇଛି। ଅଧିକ ପଚରା ଉଚରା ପାଇଁ ତିନିଜଣଙ୍କୁ ଦିଲ୍ଲୀକୁ ନିଆଯାଇଛି।

ସୂତ୍ର ଅନୁସାରେ,

ଗୁପ୍ତଚର ଏଜେନ୍ସି ସୂଚନା ପାଇଥିଲା ଯେ,

ଆଇଏସଆଇଏସର କିଛି ସନ୍ଦିଗ୍ଧ ସଦସ୍ୟ କୋଲକାତାରେ

ଲୁଚିଛନ୍ତି ଏବଂ ସେମାନେ ସିଧାସଳଖ ସିରିୟା ସହିତ ଯୋଗାଯୋଗ ରଖିଛନ୍ତି। ଏହି ସୂଚନା ଆଧାରରେ

ଦିଲ୍ଲୀରୁ ଆସିଥିବା ଏକ ଟିମ୍ କସ୍ବାର ରାଜଡାଙ୍ଗା ଅଞ୍ଚଳରେ ଅବସ୍ଥିତ ଏକ ଫ୍ଲାଟରେ ରେଡ୍

କରିଥିଲେ। ସେଠାରେ ଥିବା ତିନି ଯୁବକ ନିଜକୁ ଆଇଟି ପେଶାଜୀବୀ ବୋଲି କହିଥିଲେ,

କିନ୍ତୁ ତଦନ୍ତ ସମୟରେ ସନ୍ଦେହ ବଢ଼ିଥିଲା। ଫ୍ଲାଟ ତଲାସୀ

ସମୟରେ ଏଜେନ୍ସିମାନେ ଦୁଇଟି ଲ୍ୟାପଟପ୍ ଜବତ କରିଥିଲେ, ଯେଉଁଥିରେ ଅନେକ ସନ୍ଦିଗ୍ଧ ଇଲେକ୍ଟ୍ରନିକ ଡକ୍ୟୁମେଣ୍ଟ ମିଳିଥିଲା। ପଚାରାଉଚରା ସମୟରେ

ସେମାନେ ବାରମ୍ବାର ସନ୍ଦେହଜନକ ଉତ୍ତର ଦେଉଥିଲେ। ଏହା ପରେ ସେମାନଙ୍କୁ ଦିଲ୍ଲୀକୁ ନିଆଯାଇ

ବିସ୍ତୃତ ଭାବେ ପଚାରାଉତ୍ତର କରିବା ପାଇଁ ନିଷ୍ପତି ନିଆଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande