ଧୂଳି, ଧୂଆଁ ଓ ଶବ୍ଦ ପ୍ରଦୂଷଣ ରେ କବଳିତ ବଡ଼ବିଲ — ଗ୍ୟାସ ଚାମ୍ବରରେ ପରିଣତ ହେଉଛି ସହର
ଯୋଡ଼ା, 24 ଜୁନ୍ (ହି.ସ.)- ଓଡ଼ିଶାର ଖଣିଜ ଶକ୍ତି ସମୃଦ୍ଧ କ୍ଷେତ୍ର ଭାବରେ ବେଶ ପରିଚିତ ବଡ଼ବିଲ ଅଞ୍ଚଳ । ଏହି କ୍ଷେତ୍ରକୁ ଅନେକ ଖଣି ଖାଦାନ ସହ ଏହାର ଚାରି ପାଖରେ ରହିଛି ଅନେକ ଛୋଟ ବଡ଼ କାରଖାନା । ତେବେ ଅନିୟନ୍ତ୍ରିତ ଖନନ କାର୍ଯ୍ୟ , କାରଖାନା ମାନଙ୍କ ମନମାନି ଓ ହଜାର ହଜାର ସଂଖ୍ୟାରେ ଭାରିଯାନ
ରସାନନ୍ଦ ବେହେରା (ପରିବେଶ କର୍ମୀ)


କାରଖାନାରୁ ନିର୍ଗତ ବିଷାକ୍ତ କଳା ଧୁଆଁ


ଯୋଡ଼ା, 24 ଜୁନ୍ (ହି.ସ.)- ଓଡ଼ିଶାର ଖଣିଜ ଶକ୍ତି ସମୃଦ୍ଧ କ୍ଷେତ୍ର ଭାବରେ ବେଶ ପରିଚିତ ବଡ଼ବିଲ ଅଞ୍ଚଳ । ଏହି କ୍ଷେତ୍ରକୁ ଅନେକ ଖଣି ଖାଦାନ ସହ ଏହାର ଚାରି ପାଖରେ ରହିଛି ଅନେକ ଛୋଟ ବଡ଼ କାରଖାନା । ତେବେ ଅନିୟନ୍ତ୍ରିତ ଖନନ କାର୍ଯ୍ୟ , କାରଖାନା ମାନଙ୍କ ମନମାନି ଓ ହଜାର ହଜାର ସଂଖ୍ୟାରେ ଭାରିଯାନ ମାଧ୍ୟମରେ ମାଲ ପରିବହନ ଯୋଗୁଁ ବଡ଼ବିଲ ସହର ଏକ ଗ୍ୟାସ ଚେମ୍ବର ର ରୂପ ନେବାକୁ ବସିଛି । ପରିବେଶ କର୍ମୀଙ୍କ ଅନୁସାରେ ବଡ଼ବିଲ ତଥା ଏହାର ପାଖପାଖି ଅଞ୍ଚଳରେ ବାୟୁ ଗୁଣବତ୍ତା ଅତି ଶୋଚନୀୟ ଅବସ୍ଥାରେ ପହଞ୍ଚିଛି। ଅତି ମାରାତ୍ମକ ପିଏମ ୧୦ ଧୂଳିକଣା ଦିନକୁ ଦିନ ବଢୁଛି । ପରିବେଶୀୟ ନିୟମାବଳୀ ପାଳନ ନକରି ଅବ୍ୟସ୍ଥିତ ଢ଼ଙ୍ଗରେ କାରଖାନା ପରିଚାଳନା, ଅଧିକ ଖନନ, ଏବଂ ପରିବହନ ଗତିବିଧି ଫଳରେ ବାୟୁ,ଜଳ ଓ ଶବ୍ଦ ପ୍ରଦୂଷଣ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି । ଫଳରେ ଅଞ୍ଚଳରେ ଶ୍ୱାସ ଜନିତ ବ୍ୟାଧି, ଆସ୍ଥମା, ବ୍ରଙ୍କାଇଟିସ ଓ ଚର୍ମ ରୋଗ ଭଳି ପ୍ରମୁଖ ବ୍ୟାଧି ଦିନକୁ ଦିନ ବୃଦ୍ଧି ପାଉଛି। ଏହି ପ୍ରଦୂଷଣ ରୁ ଗୃହ ପାଳିତ ପଶୁ ସହିତ ବନ୍ୟ ପ୍ରାଣୀ ମଧ୍ୟ ବର୍ତ୍ତି ପାରୁନାହାନ୍ତି । ବାୟୁ ଓ ଶବ୍ଦ ପ୍ରଦୂଷଣ ସହିତ ବିଭିନ୍ନ କଳ କାରଖାନା, ଖଣି ଓ ସହରରୁ ନିର୍ଗତ ପ୍ରଦୂଷିତ ଜଳ ସିଧାସଳଖ ବିଭିନ୍ନ ଜଳ ଶ୍ରୋତ ରେ ମିଶି ସହରକୁ ଲାଗିଥିବା ବନାଞ୍ଚଳ ରେ ବସବାସ କରୁଥିବା ବିବିଧ ବନ୍ୟ ଜନ୍ତୁ ମଧ୍ୟ ପଭାବିତ ହେଉଛନ୍ତି । ହଜାର ହଜାର ସଂଖ୍ୟାରେ ଭାରିଯାନ ଚଳାଚଳ ଯୋଗୁଁ ଶବ୍ଦ ପ୍ରଦୂଷଣ ବୃଦ୍ଧି ପାଉଥିବା ବେଳେ ସହରାଞ୍ଚଳ ଓ ତଳି ଅଞ୍ଚଳରେ ବସବାସ କରୁଥିବା ଜନ ସାଧାରଣ ନାହିଁନଥିବା ଅସୁବିଧା ଭୋଗ କରୁଛନ୍ତି । ବିଶେଷ କରି ଛାତ୍ରଛାତ୍ରୀ ମାନେ ଶିକ୍ଷାଗ୍ରହଣ କ୍ଷେତ୍ର ରେ ଅସୁବିଧା ଭୋଗ କରୁଥିବା ବେଳେ ବରିଷ୍ଠ ନାଗରିକ ମାନେ ହୃଦୟ ସମ୍ବନ୍ଧୀୟ ରୋଗ ରେ ଆକ୍ରାନ୍ତ ହେଉଛନ୍ତି ।

ବର୍ଷ ବର୍ଷ ଧରି ଚାଲିଥିବା ଅନିୟନ୍ତ୍ରିତ ଓ ଅବ୍ୟବସ୍ଥିତ ଖଣି ଖନନ,କଳ କାରଖାନା ପରିଚାଳନା ଓ ପରିବେଶୀୟ ନିୟମକୁ ଅବମାନନା କରି ହଜାର ହଜାର ସଂଖ୍ୟାରେ ଭାରିଯାନ ଦ୍ୱାରା ପରିବହନ ଯୋଗୁଁ ଅଞ୍ଚଳ ରେ ବାୟୁ,ଜଳ ଓ ଶବ୍ଦ ପ୍ରଦୂଷଣ ବୃଦ୍ଧି ପାଉଛି । ସମ୍ବନ୍ଧୀୟ ଅଧିକାରୀଙ୍କ ନିଷ୍କ୍ରିୟତା ଯୋଗୁଁ ବଡ଼ବିଲ ଅଞ୍ଚଳର ଇକୋ ସିଷ୍ଟମ ବିଗିଡିବାକୁ ଲାଗିଛି ଓ ଏହା ଏକ ବିଷାକ୍ତ ଗ୍ୟାସ ଚେମ୍ବରର ରୂପ ଧାରଣ କରିଛି । ସମ୍ବନ୍ଧୀୟ ଅଧିକାରୀ, ଖଣି କାରଖାନା କତ୍ତୃପକ୍ଷ ଯଦି ପରିବେଶ ସୁରକ୍ଷା ଉପରେ ଧ୍ୟାନ ଦେବେ ନାହିଁ ତେବେ ବଡ଼ବିଲ ଉପରେ ଏହାର ଭୀଷଣ କୁପ୍ରଭାବ କୁ ରୋକା ଯାଇ ପାରିବି ନାହିଁ ବୋଲି ବଡ଼ବିଲ ଅଞ୍ଚଳର ପରିବେଶ କର୍ମୀ ରସାନନ୍ଦ ବେହେରା କହିଛନ୍ତି । ଏ ନେଇ ସ୍ଥାନୀୟ ଜନ ସାଧାରଣ ରାଜ୍ୟ ସରକାର ଓ ପରିବେଶ ମନ୍ତ୍ରଣାଳୟଙ୍କ ନିକଟରେ ଅଭିଯୋଗ ପରେ ବିଭିନ୍ନ ହାଉସ କମିଟି ଗଠନ କରାଯାଇ ବିଭିନ୍ନ ସମୟରେ ଖଣି ଓ କାରଖାନା ପରିଦର୍ଶନ କରି ଏହାର ରିପୋର୍ଟ ପ୍ରଦାନ କରାଯାଇଥିଲେ ସୁଦ୍ଧା ସ୍ଥିତିରେ କୌଣସି ସୁଧାର ଦେଖିବାକୁ ମିଳୁନାହିଁ ।

---------------

ହିନ୍ଦୁସ୍ଥାନ ସମାଚାର / ଶିବାଶିଷ୍ ନନ୍ଦ


 rajesh pande