ଭୂସ୍ଖଳନ ଯୋଗୁ ମାତା ବୈଷ୍ଣୋ ଦେବୀ ମନ୍ଦିରର ହିମକୋଟି ରାସ୍ତା ବନ୍ଦ, କୁଡୁଡି ଯୋଗୁ ହେଲିକପ୍ଟର ସେବା ସ୍ଥଗିତ
ଜମ୍ମୁ, 24 ଜୁନ୍ (ହି.ସ.)- ଜମ୍ମୁ-କାଶ୍ମୀରର ରିଆସି ଜିଲ୍ଲାର କଟରା କସ୍ବା ସ୍ଥିତ ତ୍ରିକୁଟା ପାହାଡ଼ରେ ଥିବା ମାତା ବୈଷ୍ଣୋ ଦେବୀ ମନ୍ଦିରକୁ ଯିବା ହିମକୋଟି ରାସ୍ତା ଭୂସ୍ଖଳନ ଯୋଗୁ ତୀର୍ଥଯାତ୍ରୀମାନଙ୍କ ପାଇଁ ବନ୍ଦ କରାଯାଇଛି। ଏହାସହ ଧୁଆଁ ଓ କୁହୁଡି ଯୋଗୁ ହେଲିକପ
ଭୂସ୍ଖଳନ ଯୋଗୁ ମାତା ବୈଷ୍ଣୋ ଦେବୀ ମନ୍ଦିରର ହିମକୋଟି     ରାସ୍ତା ବନ୍ଦ, କୁଡୁଡି ଯୋଗୁ ହେଲିକପ୍ଟର ସେବା ସ୍ଥଗିତ


ଜମ୍ମୁ, 24 ଜୁନ୍ (ହି.ସ.)- ଜମ୍ମୁ-କାଶ୍ମୀରର ରିଆସି ଜିଲ୍ଲାର କଟରା କସ୍ବା

ସ୍ଥିତ ତ୍ରିକୁଟା ପାହାଡ଼ରେ ଥିବା ମାତା ବୈଷ୍ଣୋ ଦେବୀ ମନ୍ଦିରକୁ ଯିବା ହିମକୋଟି ରାସ୍ତା

ଭୂସ୍ଖଳନ ଯୋଗୁ ତୀର୍ଥଯାତ୍ରୀମାନଙ୍କ ପାଇଁ ବନ୍ଦ କରାଯାଇଛି। ଏହାସହ ଧୁଆଁ ଓ କୁହୁଡି ଯୋଗୁ

ହେଲିକପ୍ଟର୍ ସେବା ମଧ୍ୟ ବାତିଲ୍ କରାଯାଇଛି।

ଅଧିକାରୀମାନେ କହିଛନ୍ତି ଯେ, ହିମକୋଟି ନିକଟରେ ଗତ ସୋମବାର ପ୍ରବଳ

ବର୍ଷା ପରେ ଭୂସ୍ଖଳନ ଓ ମାଟି ଧସିବା ଘଟଣା ହେତୁ ନୂଆ ଟ୍ରାକ୍ ବନ୍ଦ କରାଯାଇଛି। ସେମାନେ

କହିଛନ୍ତି ଯେ, ଅଂଶାବଶେଷ ହଟାଇବା ପାଇଁ କର୍ମଚାରୀ ଓ ଯନ୍ତ୍ରପାତି ବ୍ୟବହାର କରାଯାଉଛି । ଏହି ନୂଆ ଟ୍ରାକ୍

ଉପରେ ଯାତ୍ରାକୁ ଅନୁମତି ଦିଆଯାଇନାହିଁ ବୋଲି ସେମାନେ କହିଛନ୍ତି। ସେହିପରି, ଏହି ନୂଆ ରାସ୍ତାରେ ଚାଲୁଥିବା

ବ୍ୟାଟେରୀ କାର୍ ସେବା ମଧ୍ୟ ପ୍ରଭାବିତ ହୋଇଛି।

ଅଧିକାରୀମାନେ କହିଛନ୍ତି ଯେ ପୁରୁଣା ପାରମ୍ପରିକ ରାସ୍ତାରେ

ଯାତ୍ରା ସମ୍ପୂର୍ଣ୍ଣ ସୁଚାଳିତ ଭାବେ ଜାରି ରହିଛି। ସେମାନେ କହିଛନ୍ତି ଯେ କଟ୍ରାରୁ ସାଂଝୀ ଛତ୍

ପର୍ଯ୍ୟନ୍ତ ହେଲିକପ୍ଟର ସେବା ମଧ୍ୟ ଲଗାତାର ଛଅ ଦିନ ଧରି ଘନ କୁହୁଡି ଯୋଗୁ ବାତିଲ୍ ରହିଛି।

ସେ କହିଛନ୍ତି ଯେ ପାଣିପାଗରେ ସୁଧାର ହେବା ପରେ ଏହି ସେବା ପୁନଃ ଆରମ୍ଭ ହେବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande