ଶିମଲା, 24 ଜୁନ୍ (ହି.ସ.)
- ହିମାଚଳ ପ୍ରଦେଶ ଉଚ୍ଚ ନ୍ୟାୟାଳୟକୁ ପୁଣିଥରେ ବୋମାରେ
ଉଡାଇଦେବାକୁ ଧମକ ମିଳିଛି। ଏହି ପରେ ରାଜଧାନୀ ଶିମଲାରେ ଆତଙ୍କ ଖେଳିଯାଇଛି । ସାରା ଦେଶରେ ଥିବା
ନ୍ୟାୟିକ ପରିସରଗୁଡ଼ିକୁ ଏପରି ଧମକ ଇ-ମେଲ୍ ଦ୍ୱାରା ମିଳିଛି। ଏହାପରେ ସାବଧାନତା ଭାବେ
ମଙ୍ଗଳବାର ହିମାଚଳ ପ୍ରଦେଶ ହାଇକୋର୍ଟରେ ମଧ୍ୟ ତଲାସୀ ଅଭିଯାନ କରାଯାଇଛି । ଉଚ୍ଚ ନ୍ୟାୟାଳୟ
ଭବନକୁ ସମ୍ପୂର୍ଣ୍ଣ ଭାବେ ଘେରା ବନ୍ଦ କରାଯାଇଛି। ବୋମା ନିରୋଧକ ଟିମ୍ ସ୍ଥଳରେ ପହଞ୍ଚିଛନ୍ତି
ଓ ସମ୍ପୂର୍ଣ୍ଣ ଭବନରେ ତଲାଶି ଅଭିଯାନ ଚାଲାଯାଇଛି।
ଏପର୍ଯ୍ୟନ୍ତ ଚାଲିଥିବା ତଲାସୀ ଅଭିଯାନରେ କୌଣସି ପ୍ରକାରର
ବିସ୍ଫୋଟକ ସାମଗ୍ରୀ ମିଳିନାହିଁ ଏବଂ ପରିସ୍ଥିତି ସାଧାରଣ ରହିଛି। ପୋଲିସ୍ ଓ ସୁରକ୍ଷା ଏଜେନ୍ସିଗୁଡ଼ିକ
ସମ୍ପୂର୍ଣ୍ଣ ଆଲର୍ଟ ଅଛନ୍ତି । କୋର୍ଟ ପରିସରରେ
କର୍ମଚାରୀ ଓ ସାଧାରଣ ଲୋକଙ୍କ ଆଗମନକୁ ସୀମିତ କରାଯାଇଛି। ସେହିପରି, ସୁରକ୍ଷା ବ୍ୟବସ୍ଥାକୁ ଆହୁରି ଅଧିକ କଡାକଡି
କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା