ଭୁବନେଶ୍ୱର, 24 ଜୁନ୍ (ହି.ସ.)- ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନବକୃଷ୍ଣ ଚୌଧୁରୀଙ୍କ ଶ୍ରାଦ୍ଧ
ଦିବସ ଉପଲକ୍ଷେ ବିଧାନସଭା ପରିସରରେ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି
ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ପ୍ରଗତି ତଥା ତୃଣମୂଳ ସ୍ତରରୁ ଜନତାଙ୍କ ଉନ୍ନତି ପାଇଁ
ତାଙ୍କର ପ୍ରୟାସ ନିମନ୍ତେ ସେ ଚିର ସ୍ମରଣୀୟ ହୋଇ ରହିବେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା