ଗ୍ୱୌହାଟୀ, 24 ଜୁନ୍ (ହି.ସ.)-ମଙ୍ଗଳବାର ସକାଳେ ଆସାମର ନଗାଓଁ ଜିଲ୍ଲା
ଓ ଏହାର ଆଖପାଖ ଅଞ୍ଚଳରେ ପୁଣିଥରେ ଭୂକମ୍ପର ଝଟକା ଅନୁଭବ ହୋଇଛି । ସାତ ଦିନ ପରେ ସକାଳ 6ଟା 37ମିନିଟ 10 ସେକେଣ୍ଡରେ ଆସିଥିବା ଏହି ଭୂକମ୍ପର
ତୀବ୍ରତା ରିକ୍ଟର୍ ସ୍କେଲରେ 3.7ରେକର୍ଡ ହୋଇଛି। ଏହି ମୃଦୁ ଭୂକମ୍ପରେ କେହି ଆହତ ହେବା ବା ଅନ୍ୟ
କୌଣସି ଧରଣର କ୍ଷତି ହେବାର କୌଣସି ସୂଚନା ନାହିଁ। ଏହା ପୂର୍ବରୁ 17 ଜୁନ ସକାଳ 11ଟା 12ମିନିଟ୍ରେ ନଗାଓଁରେ 3.2 ତୀବ୍ରତାର ଏକ ଭୂକମ୍ପ ଆସିଥିଲା।
ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ତରଫରୁ ଆଜି ସକାଳେ ଜାରି
କରାଯାଇଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳ 6ଟା 37ମିନିଟ୍ 10 ସେକେଣ୍ଡରେ ଆସିଥିବା 3.7
ତୀବ୍ରତାର ଭୂକମ୍ପର କେନ୍ଦ୍ର ନଗାଓଁ ଜିଲ୍ଲାରେ ଭୂପୃଷ୍ଠରୁ 10 କିଳୋମିଟର ଗଭୀର , 26.33 ଡିଗ୍ରୀ ଉତ୍ତର ଅକ୍ଷାଂଶ ଓ 92.81 ଡିଗ୍ରୀ ପୂର୍ବ ଦ୍ରାଘିମାଂଶରେ ଅବସ୍ଥିତ
ଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା