ଭୁବନେଶ୍ୱର, 24 ଜୁନ୍ (ହି.ସ.)- ପୁରୁଷ ବର୍ଗର
୪୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତିଥିବା ଅସ୍ତିକ୍ ପ୍ରଧାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି
ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ କନକ ବର୍ଦ୍ଧନ ସିଂହଦେଓ
କହିଛନ୍ତି ଯେ,୨୩ ତମ ଜାତୀୟ ଜୁନିୟର (ୟୁ୨୦) ଫେଡେରେସନ ଆଥଲେଟିକ୍ସ
ଚାମ୍ପିୟନସିପ୍ ୨୦୨୫ ରେ ପୁରୁଷ ବର୍ଗର ୪୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣପଦକ ଅର୍ଜନ କରିବା ସହ
୪୬.୫୬ ସେକେଣ୍ଡର ନୂତନ ଜାତୀୟ ମିଟ୍ ରେକର୍ଡ୍ ସ୍ଥାପନ କରିଥିବା ଓଡ଼ିଆ କ୍ରୀଡ଼ାବିତ୍ ଅସ୍ତିକ୍
ପ୍ରଧାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟ ରେ
ଆପଣଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ଉତ୍ତରୋତ୍ତର ଉନ୍ନତି କାମନା କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା