ନୂଆଦିଲ୍ଲୀ, 24 ଜୁନ୍ (ହି.ସ.)-ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ମଙ୍ଗଳବାର (24 ଜୁନ) ଜାରି କରିଥିବା ତାର
ପୂର୍ବାନୁମାନରେ ଦେଶର ବିଭିନ୍ନ ଅଞ୍ଚଳରେ ଆସନ୍ତା କିଛି ଦିନ ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା
ହେବାର ଚେତାବନୀ ଦେଇଛି। ଏହାଅନୁଯାୟୀ, ବର୍ତ୍ତମାନ ସମୟରେ ଦେଶର ଅନେକ ସ୍ଥାନରେ ସକ୍ରିୟ ମୌସୁମୀ ପ୍ରଣାଳୀ
ଚାଲିଥିବାରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି, ଯାହା ଫଳରେ ବନ୍ୟା, ଜଳପୂର୍ଣ୍ଣ ଓ ମାଟି ଧସିବା ପରି ଘଟଣା
ଘଟିପାରେ। ବିଶେଷକରି ପୂର୍ବ ଓ ମଧ୍ୟ ଭାରତରେ ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ପାଣିପାଗ ଅବସ୍ଥା
ଗମ୍ଭୀର ରୂପ ଧାରଣ ରହିବ ।
ପଶ୍ଚିମ ମଧ୍ୟ ପ୍ରଦେଶର କିଛି ଅଞ୍ଚଳରେ 24 ଜୁନରେ ପ୍ରବଳ
ବର୍ଷା ହେବାର ଆଶଙ୍କା ବ୍ୟକ୍ତ କରାଯାଇଛି। ସେଥିପାଇଁ 24 ରୁ 27 ଜୁନ ପର୍ଯ୍ୟନ୍ତ ମଧ୍ୟପ୍ରଦେଶ, ଛତିଶଗଡ଼, ଓଡିଶା, ଝାରଖଣ୍ଡ, ବିହାର ଓ ପଶ୍ଚିମବଙ୍ଗର ଅନେକ ଅଞ୍ଚଳରେ ପ୍ରବଳରୁ
ଅତିପ୍ରବଳ ବର୍ଷା ହେବାର ପୂର୍ବାନୁମାନ ରହିଛି। ଏହି ସମସ୍ତ ଅଞ୍ଚଳରେ ବଜ୍ରପାତ, ଘଡଘଡି ଓ ପବନ ସହିତ ଲାଗାତାର ବର୍ଷା
ହେବାର ସମ୍ଭାବନା ରହିଛି। ମହାରାଷ୍ଟ୍ରର ବିଦର୍ଭରେ 25 ଓ 26 ଜୁନରେ ପ୍ରବଳ ବର୍ଷା ହେଇପାରେ
ବୋଲି ଆଶଙ୍କା କରାଯାଇଛି । ସିକ୍କିମ ଓ ପଶ୍ଚିମ ବଙ୍ଗରେ ମଧ୍ୟ
ଆଗାମୀ ଦିନଗୁଡିକୁ ପାଣିପାଗ ସକ୍ରିୟ ରହିବା ନେଇ ଚେତାବନୀ ମିଳିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା