ଭୁବନେଶ୍ୱର, 24 ଜୁନ୍ (ହି.ସ.)
- ପୁରୁଷ ବର୍ଗର
୪୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତିଥିବା ଅସ୍ତିକ୍ ପ୍ରଧାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ୨୩
ତମ ଜାତୀୟ ଜୁନିୟର (ୟୁ୨୦) ଫେଡେରେସନ ଆଥଲେଟିକ୍ସ ଚାମ୍ପିୟନସିପ୍ ୨୦୨୫ ରେ ପୁରୁଷ ବର୍ଗର ୪୦୦ ମିଟର ଦୌଡ଼ରେ
ସ୍ୱର୍ଣ୍ଣ ପଦକ ଜିତିଥିବା ଅସ୍ତିକ ପ୍ରଧାନଙ୍କୁ ଶୁଭେଚ୍ଛା । ସେ ଜାତୀୟ ମିଟ୍ ରେକର୍ଡ ଭଙ୍ଗ
କରି 46.58 ସେକେଣ୍ଡରେ ନିଜର ସର୍ବୋତ୍ତମ ଦକ୍ଷତା ଦର୍ଶାଇଛନ୍ତି। ସେ ଏହି ବିଜୟ ଅଭିଯାନ ଜାରି
ରଖିବେ ଏବଂ ରାଜ୍ୟ ଓ ଦେଶ ପାଇଁ ଗର୍ବ ଆଣିବେ ବୋଲି କାମନା କରିବା ସହ ତାଙ୍କୁ ଶୁଭେଚ୍ଛା ଓ
ଅଭିନନ୍ଦନ ଜଣାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା