ଭୁବନେଶ୍ୱର, 25 ଜୁନ୍ (ହି.ସ.)- ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ
ଚରଣ ମାଝୀ ଗ୍ରୁପ୍ କ୍ୟାପଟେନ ଶୁଭାଂଶୁ ଶୁକ୍ଲାଙ୍କୁ ପ୍ରତିଷ୍ଠିତ ଆକ୍ସିଓମ୍-୪ ଅନ୍ତରିକ୍ଷ
ମିଶନର ଅଂଶ ହୋଇଥିବାରୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ଏହି ମିଶନ୍ ଆକ୍ସିଓମ୍ ସ୍ପେସ୍ ଓ
ବିଶ୍ୱ ଅନ୍ତରିକ୍ଷ ଏଜେନ୍ସିମାନଙ୍କ ସହଯୋଗରେ ଚାଳିତ ହେଉଛି ଓ ଏହା ଭାରତର ବିଶ୍ୱ ଅନ୍ତରିକ୍ଷ
ଅନ୍ୱେଷଣରେ ବୃଦ୍ଧିଶୀଳ ଭୂମିକାର ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ଅଟେ।
ମୁଖ୍ୟମନ୍ତ୍ରୀ ମାଝୀ ସୋସିଆଲ୍ ମିଡିଆ ଜରିଆରେ ଜାରି କରିଥିବା ନିଜ ଅଭିବ୍ୟକ୍ତିରେ ଗ୍ରୁପ୍
କ୍ୟାପ୍ଟେନ୍ ଶୁକ୍ଲାଙ୍କର କଠିନ୍ ପରିଶ୍ରମ, ସମର୍ପଣ ଓ ଉତ୍କୃଷ୍ଟତାର ପ୍ରଶଂସା
କରିଛନ୍ତି। ସେ କହିଛନ୍ତି ଯେ, ଏହି ଉପଲବ୍ଧି ସମଗ୍ର ଦେଶ ପାଇଁ ଗର୍ବର
ବିଷୟ ଓ ଏହା ଭାରତୀୟ ବାୟୁସେନାର ଅନୁଶାସନ, ପ୍ରତିବଦ୍ଧତା ଓ କ୍ଷମତାର ପ୍ରତୀକ ଅଟେ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଉପଲବ୍ଧି କେବଳ ଭାରତର
ବିଶ୍ୱ ମହାକାଶ କ୍ଷମତାକୁ ସୁଦୃଢ଼ କରେ ନାହିଁ, ବରଂ ଦେଶର ଯୁବପିଢ଼ି ପାଇଁ
ଏକ ପ୍ରେରଣାସ୍ରୋତ ମଧ୍ୟ ଅଟେ । ମୁଁ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲା ଓ ସମସ୍ତ ଆକ୍ସିଓମ୍-୪
ମିଶନ ଦଳକୁ ଏକ ସୁରକ୍ଷିତ ଓ ସଫଳ ଯାତ୍ରା ପାଇଁ ଶୁଭେଚ୍ଛା ଜଣାଉଛି।
ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲାଙ୍କୁ ଏହି ଅନ୍ତର୍ଜାତୀୟ ମିଶନ ପାଇଁ ଚୟନ ହେବା,
କେବଳ
ଭାରତର ଅନ୍ତରିକ୍ଷ ଇତିହାସରେ ଗର୍ବର ଅବସର ନୁହେଁ, ବରଂ ବୈଜ୍ଞାନିକ ଗବେଷଣା ଓ
ବିଶ୍ୱସ୍ତରୀୟ ସହଯୋଗରେ ଏକ ନୂଆ ଦିଗକୁ ସଂକେତ କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା