ନାରାୟଣପୁର, ୨୬ ଜୁନ୍ (ହି.ସ.)- ଛତିଶଗଡ଼ ନାରାୟଣପୁର ଜିଲ୍ଲାର କୋହକାମେଟା ଥାନା ଅନ୍ତର୍ଗତ ଅବୁଝମାଡ ଅଂଚଳରେ ପୋଲିସ ଏବଂ ନକ୍ସଲ ମଧ୍ୟରେ ହୋଇଥିବା ଏନକାଉଂଟରରେ ୨ ଜଣ ନକ୍ସଲ ନିହତ ହୋଇଛନ୍ତି । ସେମାନଙ୍କ ମୃତଦେହ ମଧ୍ୟ ଜବତ କରାଯାଇଛି । ଏହା ସହିତ ୩୧୫ ବୋର ରାଇଫଲ ସମେତ ଚିକିତ୍ସା ସାମଗ୍ରୀ ଏବଂ ଅନ୍ୟାନ୍ୟ ନକ୍ସଲ ସାମଗ୍ରୀ ଜବତ କରାଯାଇଛି ।
ବସ୍ତର ଆଇଜି ଏହି ଏନକାଉଂଟରକୁ ନିଶ୍ଚିତ କରି କହିଛନ୍ତି ଯେ, ୨ ଜଣ ନକ୍ସଲଙ୍କ ମୃତଦେହ ଜବତ କରାଯାଇଛି । ସୁରକ୍ଷା ବାହିନୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି, ଅଂଚଳରେ ତଲାସୀ ଚାଲିଛି । ନକ୍ସଲଙ୍କ ମାଡ ଡିଭିଜନର ଏକ ବଡ଼ କ୍ୟାଡରର ସୂଚନାକୁ ଭିତି କରି ଗତକାଲି ରାତିରେ ଡିଆରଜି ନାରାୟଣପୁର, କୋଣ୍ଡାଗାଓଁ ଏବଂ ଏସଟିଏଫର ଏକ ମିଳିତ ବାହିନୀକୁ ଅବୁଝମାଡ କୋହକାମେଟା ଅଂଚଳକୁ ଅପରେସନ ପାଇଁ ପଠାଯାଇଥିଲା । ବୁଧବାର ରାତିରେ ସୈନିକମାନେ ନକ୍ସଲ ଆଡ୍ଡାରେ ପହଂଚିବା ପରେ ନକ୍ସଲମାନେ ଗୁଳିଚାଳନା ଆରମ୍ଭ କରିଥିଲେ । ଗୁରୁବାର ସକାଳେ, ସୈନିକମାନେ ସର୍ଚ୍ଚ ଅପରେସନ ଚଳାଇବା ସମୟରେ ୨ ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏହି ସମୟରେ ଗୁଳିଚାଳନା ମଧ୍ୟ ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ