ଜମ୍ମୁ କାଶ୍ମୀର: ଉଧମପୁରରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ
ଉଧମପୁର, ୨୬ ଜୁନ୍ (ହି.ସ.)- ଗୁରୁବାର ସକାଳେ ଜମ୍ମୁ ଡିଭିଜନର ଉଧମପୁରର ବସନ୍ତଗଡ଼ ଅଂଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି । ଉଭୟ ପାର୍ଶ୍ୱରୁ ପ୍ରବଳ ଗୁଳିଚାଳନା ଚାଲିଛି । ଜଣେ ଉଚ୍ଚ ପୋଲିସ ଅଧିକାରୀ କହିଛନ୍ତି ଯେ, ସନ୍ଦିଗ୍ଧ କାର୍ଯ୍ୟକଳାପ ସମ୍ପର୍କରେ ବିଶେଷ ସୂଚ
ଜମ୍ମୁ କାଶ୍ମୀର: ଉଧମପୁରରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ


ଉଧମପୁର, ୨୬ ଜୁନ୍ (ହି.ସ.)- ଗୁରୁବାର ସକାଳେ ଜମ୍ମୁ ଡିଭିଜନର ଉଧମପୁରର ବସନ୍ତଗଡ଼ ଅଂଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି । ଉଭୟ ପାର୍ଶ୍ୱରୁ ପ୍ରବଳ ଗୁଳିଚାଳନା ଚାଲିଛି । ଜଣେ ଉଚ୍ଚ ପୋଲିସ ଅଧିକାରୀ କହିଛନ୍ତି ଯେ, ସନ୍ଦିଗ୍ଧ କାର୍ଯ୍ୟକଳାପ ସମ୍ପର୍କରେ ବିଶେଷ ସୂଚନା ପାଇବା ପରେ ଏକ କଡ଼ା ଘେରାବନ୍ଦୀ କରାଯାଇଥିଲା । ଅଧିକାରୀ ଜଣକ କହିଛନ୍ତି ଯେ, ତଲାସୀ ସମୟରେ ସୁରକ୍ଷା ବାହିନୀ ଉପରେ ଗୁଳିଚାଳନା ହୋଇଥିଲା, ଯାହା ପରେ ସୁରକ୍ଷା ବାହିନୀ ମଧ୍ୟ ପାଲଟା ଗୁଳିଚାଳନା କରିଛି । ବର୍ତମାନ ଉଭୟ ପାର୍ଶ୍ୱରୁ ପ୍ରବଳ ଗୁଳିଚାଳନା ଚାଲିଛି । ସେ କହିଛନ୍ତି ଯେ ସୁରକ୍ଷା ବାହିନୀ ଅଂଚଳକୁ ଘେରାବନ୍ଦୀ କରିନେଇଛି ଏବଂ ଘଟଣାସ୍ଥଳକୁ ଅତିରିକ୍ତ ଫୋର୍ସ ପଠାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande