ଉତରାଖଣ୍ଡ: ଅଳକନନ୍ଦାରେ ଟେମ୍ପୋ ଟ୍ରାଭେଲର୍ ଖସିପଡ଼ିଲା, ୨ ମୃତ, ୮ ଆହତ
ଡେରାଡୁନ୍‌, ୨୬ ଜୁନ୍ (ହି.ସ.)- ଗୁରୁବାର ସକାଳେ ରୁଦ୍ରପ୍ରୟାଗର ଘୋଲତିର ଅଂଚଳରେ ଏକ ଟେମ୍ପୋ ଟ୍ରାଭେଲର୍ ଭାରସାମ୍ୟ ହରାଇ ଅଳକନନ୍ଦା ନଦୀରେ ଖସି ପଡ଼ିଥିଲା । ଏହି ଦୁର୍ଘଟଣାରେ ଦୁଇ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଆଠ ଜଣ ଆହତଙ୍କୁ ଉଦ୍ଧାର ପରେ ଜିଲ୍ଲା ହସ୍ପିଟାଲକୁ ପଠାଯାଇଛି । ଦୁର୍ଘଟଣାରେ
ଉତରାଖଣ୍ଡ: ଅଳକନନ୍ଦାରେ ଟେମ୍ପୋ ଟ୍ରାଭେଲର୍ ଖସିପଡ଼ିଲା, ୨ ମୃତ, ୮ ଆହତ


ଡେରାଡୁନ୍‌, ୨୬ ଜୁନ୍ (ହି.ସ.)- ଗୁରୁବାର ସକାଳେ ରୁଦ୍ରପ୍ରୟାଗର ଘୋଲତିର ଅଂଚଳରେ ଏକ ଟେମ୍ପୋ ଟ୍ରାଭେଲର୍ ଭାରସାମ୍ୟ ହରାଇ ଅଳକନନ୍ଦା ନଦୀରେ ଖସି ପଡ଼ିଥିଲା । ଏହି ଦୁର୍ଘଟଣାରେ ଦୁଇ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଆଠ ଜଣ ଆହତଙ୍କୁ ଉଦ୍ଧାର ପରେ ଜିଲ୍ଲା ହସ୍ପିଟାଲକୁ ପଠାଯାଇଛି । ଦୁର୍ଘଟଣାରେ ୧୦ ଜଣ ଯାତ୍ରୀ ନିଖୋଜ ଥିବା ସୂଚନା ମିଳିଛି । ସେମାନଙ୍କ ସନ୍ଧାନ ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ରାଜ୍ୟ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି କହିଛନ୍ତି ଯେ, ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତିରେ ଚାଲିଛି ।

ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ନନ୍ଦନ ରଜୱାର କହିଛନ୍ତି ଯେ, ଟେମ୍ପୋ ଟ୍ରାଭେଲର୍ ବଦ୍ରିନାଥ ଅଭିମୁଖେ ଯାଉଥିଲା, ଘୋଲତିର ଅଂଚଳରେ ଭାରସାମ୍ୟ ହରାଇ ଅଳକନନ୍ଦା ନଦୀରେ ଖସିପଡ଼ିଲା । ଉଦ୍ଧାର ଦଳଗୁଡ଼ିକ ତୁରନ୍ତ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନେଇଛନ୍ତି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏସଡିଆରଏଫ୍‌, ପୋଲିସ ବାହିନୀ ଏବଂ ସ୍ଥାନୀୟ ପ୍ରଶାସନ ଦଳ ଘଟଣାସ୍ଥଳରେ ରିଲିଫ୍ କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande