ଭୁବନେଶ୍ୱର, 26 ଜୁନ୍ (ହି.ସ.)- କେନ୍ଦ୍ରମନ୍ତ୍ରୀ
ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ।
ଏନେଇ ସୋସିଆଲ ମିଡିଆ ଏକ୍ସରେ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର
ପ୍ରଧାନ ଜୀଙ୍କୁ ତାଙ୍କ ଶୁଭ ଜନ୍ମଦିନ ଅବସରରେ ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା। ଏହି ବର୍ଷ
ଆପଣଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟ, ନୂତନ ଉଦ୍ଦେଶ୍ୟ ଏବଂ
ରାଷ୍ଟ୍ର ନିର୍ମାଣର ଯାତ୍ରାରେ ଆହୁରି ଉନ୍ନତି ଆଣିଦେଉ ଏହା ହିଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ
ନିକଟରେ ପ୍ରାର୍ଥନା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା