ବାଲିଗୁଡା ମହିଳା ଶିଶୁ ବିକାଶ ବିଭାଗ ପକ୍ଷରୁ ଅଦ୍ଵିକା କିଶୋରୀ ସୁଭଦ୍ରା ଉତ୍ସବ ପାଳିତ
Adwika kishori uschaba in Baliguda
ଫୋଟ


କନ୍ଧମାଳ, ୨୭ ଜୁନ୍ (ହି.ସ.)- ବାଲିଗୁଡା ମହିଳା ଶିଶୁ ବିକାଶ ବିଭାଗ ପକ୍ଷରୁ ଅଦ୍ଵିକା କିଶୋରୀ ସୁଭଦ୍ରା ଉତ୍ସବ ମିଶନ ଶକ୍ତି ଭବନରେ ପାଳିତ ହୋଇଯାଇଛି। ଏହି ଅବସରରେ ବାଲିଗୁଡା ଉପଜିଲ୍ଲାପାଳ ରୀନା ପ୍ରଧାନ ମୁଖ୍ୟ ଅତିଥି ଭାବେ, ଉପ ଖଣ୍ଡିୟ ଚିକିତ୍ସକ ଡ଼ଃ ଶ୍ରବଣ କୁମାର ସାହୁକାର ସମ୍ମାନୀୟ ଅତିଥି ଓ ସି ଡି ପି ଓ କ୍ରିଷ୍ଣା ପଣ୍ଡା କନଭେନର ଭାବେ ଯୋଗ ଦେଇଥିଲେ! ବାଲ୍ୟ ବିଭାଅ ବନ୍ଦ କରିବା ଉଚିତ! କମ ବୟସରେ ବିବାହ କଲେ ଝିଅ ର ସ୍ୱାସ୍ଥ୍ୟ ଉପରେ କୁ ପ୍ରଭାଭ ପଡିଥାଏ! ପାଠ ପଢ଼ା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଉପଜିଲ୍ଲାପାଳ ଭାଷଣ ପ୍ରସଙ୍ଗରେ କହିଥିଲେ। ନିଜେ ରୋଜଗାର କରି ସ୍ବୀଵଲମ୍ବୀ ହେବା ଆବଶ୍ୟକ ବୋଲି ସେ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଶ୍ରୀ ସାହୁକାର ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଆରୋପ କରିଥିଲେ। ବିଜ୍ଞାପିତ ଅଂଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ବିବେକା ନନ୍ଦ ଦଳେଇ ସରକାର କିଶୋରୀ ବାଳିକାଙ୍କ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି। ଆଜିର କିଶୋରୀ ଆଗାମୀ ଦିନର ମହିଳା ମାନଙ୍କର ପରିବାର, ସମାଜ ଓ ଦେଶ ଗଠନରେ ଗୁରୁତ୍ୱପୂର୍ଣ ଭୂମିକା ରହିଛି ବୋଲି କହିଥିଲେ। ଉତ୍ସବର କନଭେନର ସିଡିପିଓ ଶ୍ରୀମତୀ କ୍ରିଷ୍ଣା ପଣ୍ଡା କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ବନ୍ଧରେ ବର୍ଣନା କରିଥିଲେ। ଅତୀତରେ ମହିଳା ମାନେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପ୍ରଦର୍ଶନ କରିଛନ୍ତି। ବର୍ତ୍ତମାନ ମଧ୍ୟ ଜଣେ ମହିଳା ଦେଶର ରାଷ୍ଟ୍ରପତି ଅଛନ୍ତି। ମହିଳା ମାନେ ଦେଶରେ ଓ ରାଜ୍ୟରେ ପ୍ରଶାସକ ଅଛନ୍ତି। କନ୍ଧମାଳରୁ ମଧ୍ୟ ଜଣେ ଝିଅ ପ୍ରଣୀତା ମହାନ୍ତି ପାଇଲଟ ହେଇଛନ୍ତି ବୋଲି କହିଥିଲେ।

ଏହି ଅବସରରେ ରାମ୍ପ ଶୋ, ରଜ ମୁକୁଟ ପରେଡ, ସୁନ୍ଦରୀ ପ୍ରତିଯୋଗିତା, ପୁଚି, ସ୍ୱାସ୍ଥ୍ୟ ହାଟ, ନ୍ୟୁଟ୍ରିସନ ନୁକଡ଼, ପିଠା ପ୍ରସ୍ତୁତି, ରଙ୍ଗମେଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସ୍ୱପ୍ନର ଓଡିଶା, ଓ ନୃତ୍ୟ କାର୍ଯ୍ୟକ୍ରମ ହୋଇଥିଲା। ସେଲଫି ପଏଣ୍ଟ ର ଆନନ୍ଦ ନେଇଥିଲେ ଝିଅ ମାନେ।କୃତୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ମାନେ ପୁରସ୍କାର ବିତରଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande