କେନ୍ଦ୍ରାପଡା, ୨୭ ଜୁନ୍ (ହି.ସ.)- କେନ୍ଦ୍ରାପଡା ଗୋପ ସ୍ଥିତ ତୁଳସୀ ମହିଳା ମହାବିଦ୍ୟାଳୟ କେନ୍ଦ୍ରାପଡ଼ାର ଯୁବ ରେଡ୍କ୍ରସ୍ ସଂସ୍ଥା ଆନୁକୁଲ୍ୟରେ ଅନ୍ତର୍ଜାତୀୟ ମାଦକ ଦ୍ରବ୍ୟ ଦୁର୍ବ୍ୟବହାର ଓ ଅବୈଧ ଚାଲାଣ ବିରୋଧୀ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ମଥୁରି ଚରଣ ନାୟକ ପୌରୋହିତ୍ୟ କରି ପିଲାଙ୍କୁ ଏହି ଦିବସ ପାଳନର ତାପର୍ଯ୍ୟ ବିଷୟରେ ଉପଦେଶ ଦେଇଥିଲେ । ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ସାର୍ବଜନୀନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ ସଚ୍ଚିଦାନନ୍ଦ ମିଶ୍ର ଛାତ୍ରୀମାନଙ୍କୁ ନିଶା ଦ୍ରବ୍ୟ ବ୍ୟବହାରର କୁପ୍ରଭାବ ସମ୍ପର୍କରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ଯୁବରେଡକ୍ରସର ସଂଯୋଜିକା ଡ଼ ସୁଜାତା ଭଟ୍ଟ ପରିଚାଳନା କରିଥିଲେ । ଉପ ସଂଯୋଜିକା ଦୀପ୍ତିପ୍ରଭା ସେଠି ଶପଥ ପାଠ କରାଇଥିବା ବେଳେ ଉପସଂଯୋଜକ ରଞ୍ଜିତ୍ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବହୁସଂଖ୍ୟକ ଅଧ୍ୟାପକ , ଅଧ୍ୟାପିକା ଓ ଛାତ୍ରୀମାନେ ଉପସ୍ଥିତ ଥିଲେ । ଏଥିରେ କାର୍ଯ୍ୟାଳୟ ସହାୟକ ବଳରାମ ବାରିକ ବିଶେଷ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ