ଛୁରୀ ଓ ତୀକ୍ଷ୍ଣ ଅସ୍ତ୍ର ଦେଖାଇ ମୋବାଇଲ ଛଡାଉଥିବା ଚୋର ଗିରଫ, ଦୁଇ ନାବାଳକ ଜୁଭେନାଇଲ ହୋମ ରେ
Juvenile lutera arrested in Phulbani
ଛୁରୀ ଓ ତୀକ୍ଷ୍ଣ ଅସ୍ତ୍ର ଦେଖାଇ ମୋବାଇଲ ଛଡାଉଥିବା ଚୋର ଗିରଫ, ଦୁଇ ନାବାଳକ ଜୁଭେନାଇଲ ହୋମ ରେ


କନ୍ଧମାଳ, ୨୭ ଜୁନ୍ (ହି.ସ.)- ଫୁଲବାଣୀ ସହରସ୍ଥିତ ନାରାୟଣୀ ହିଲଟପ ରାସ୍ତାରେ ଛୁରୀ ଓ ତୀକ୍ଷ୍ଣ ମରଣାସ୍ତ୍ର ଦେଖାଇ ଲୋକଙ୍କ ଠାରୁ ମୋବାଇଲ ଛଡାଇ ନେଉଥିବା ଚୋର ମଡେଲ ଟାଉନ ଥାନା ପୋଲିସ ଦ୍ୱାରା ଗିରଫ ହୋଇଥିବା ବେଳେ ସମ୍ପୃକ୍ତ ଥିବା ଦୁଇ ନାବାଳକଙ୍କୁ ବୌଦ୍ଧ ଜୁଭେନାଇଲ ହୋମ କୁ ପଠାଇ ଦିଆଯାଇଥିବା ନେଇ ଥାନା ଅଧିକାରୀ ପି. ସ୍ୱରୂପ କିଶନ ପ୍ରକାଶ କରିଛନ୍ତି।

ବହୁଦିନ ଧରି ଫୁଲବାଣୀ କାଚରା ସାହିର ଅମନ ନାୟକ ଜନଗହଳି ସ୍ଥାନ କୁ ଛାଡି ନିରୋଳା ସ୍ଥାନରେ ଚୋରି କରିବାକୁ ଯୋଜନା କରିଥିଲେ। ଫଳରେ ନାରାୟଣୀ ହିଲ ଟପ ରାସ୍ତାକୁ ସେମାନେ ବାଛିଥିଲେ। ଅଭିଯୋଗ ପାଇ ଥାନା ଅଧିକାରି ପି. ସ୍ୱରୂପ କିଶନ ସଦଳବଳେ ହିଲଟପ କୁ ଯାଇ ଗୋଡ଼ାଇ ଗୋଡ଼ାଇ ଅମନକୁ ଧରିଥିଲେ। ସେମାନଙ୍କ ଠାରୁ ଗୋଟିଏ ଆଇ ଫୋନ ଓ ଗୋଟିଏ ଭିଭୋ ଫୋନ ସହ ୬୦୦ ଟଙ୍କା ଜବତ କରିଥିଲେ। ଅମନ ଛୁରୀ ଓ ଏକ ତୀକ୍ଷ୍ଣ ତିନି ଫାଳିଆ ଲୁହାଅସ୍ତ୍ର ବ୍ୟବହାର କରୁଥିଲା ବୋଲି ତଦନ୍ତକାରି ଅଫିସର ମନୋରଞ୍ଜନ ମଲିକ କହିଛନ୍ତି। ଥାନା କେଶ ନମ୍ବର ୧୧୮/୨୫ ଅନୁଯାୟୀ ଜଣାପଡିଛି ଯେ, ସମ୍ପୃକ୍ତ ଥିବା ଦୁଇ ନାବାଳକଙ୍କୁ ଜୁଭେନାଇଲ କୋର୍ଟ ରେ ହାଜର କରାଇ ମାଜିଷ୍ଟ୍ରେଟଙ୍କ ନିର୍ଦେଶରେ ବୌଦ୍ଧ ସ୍ଥିତ ଜୁଭେନାଇଲ ହୋମ କୁ ପଠାଇ ଦିଆଯାଇଛି। ଟାଉନ ପୋଲିସ ର କଡା ପେଟ୍ରୋଲିଙ୍ଗରେ ନୂଆସାହି, ଜିରିଙ୍ଗପଡା, ପିଅନ ପଡା, ଏଫସିଆଇ ଛକ, ପେଞ୍ଜିସାହି, ନଦୀଖଣ୍ଡି ଓ ଫୁଲବାଣୀ ସାହି ଛକରେ ଶାନ୍ତିଶୃଙ୍ଖଳା ରହୁଛି। ସାଇରନ ବାଜିଲା କ୍ଷଣି ଚୋର ଓ ଅସାମାଜିକ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହେଉଛି।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande