ଯାଜପୁରର ବିଭିନ୍ନ ଅଂଚଳରେ ରଥଯାତ୍ରା
ଧର୍ମଶାଳା, ୨୭ ଜୁନ୍‌ (ହି.ସ.)- ଆଜି ହେଉଛି ପବିତ୍ର ରଥଯାତ୍ରା । ପୁରଠାରୁ ପଲ୍ଲୀ ପର୍ଯ୍ୟନ୍ତ ସବୁଠି ଉତ୍ସବ ମୁଖର । ଏହି କ୍ରମରେ ଯାଜପୁର ଜିଲାର ବିଭିନ୍ନ ଅଂଚଳ ଉତ୍ସବ ମୁଖର ହୋଇ ଉଠିଛି । ଜିଲାର ବଡଚଣା,ଧର୍ମଶାଳା ଓ ରସୁଲପୁର ବ୍ଲକରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା । ବଡଚଣା ବ୍ଲକ ଛତିଆ,ଧର୍
ଯାଜପୁରର ବିଭିନ୍ନ ଅଂଚଳରେ ରଥଯାତ୍ରା


ଧର୍ମଶାଳା, ୨୭ ଜୁନ୍‌ (ହି.ସ.)- ଆଜି ହେଉଛି ପବିତ୍ର ରଥଯାତ୍ରା । ପୁରଠାରୁ ପଲ୍ଲୀ ପର୍ଯ୍ୟନ୍ତ ସବୁଠି ଉତ୍ସବ ମୁଖର । ଏହି କ୍ରମରେ ଯାଜପୁର ଜିଲାର ବିଭିନ୍ନ ଅଂଚଳ ଉତ୍ସବ ମୁଖର ହୋଇ ଉଠିଛି । ଜିଲାର ବଡଚଣା,ଧର୍ମଶାଳା ଓ ରସୁଲପୁର ବ୍ଲକରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା । ବଡଚଣା ବ୍ଲକ ଛତିଆ,ଧର୍ମଶାଳା ବ୍ଲକ ଜାରକା ଭାଲୁଖାଇ ଓ ଗଡମଧୁପୁର ଗଡ ଓ ରସୁଲପୁର ବ୍ଲକ ବ୍ରହ୍ମବରଦା ଓ ମହେଶ୍ୱରପୁରଠାରେ ସମସ୍ତ ଜଗନ୍ନାଥ ମନ୍ଦିରରେ ଚତୃର୍ଦ୍ଧାମୂର୍ତୀଙ୍କ ରଥଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମନ୍ଦିରମାନଙ୍କରେ ପଣ୍ଡିତମାନଙ୍କ ଦ୍ୱାରା ଚତୃର୍ଦ୍ଧାମୂର୍ତୀଙ୍କୁ ସ୍ୱତନ୍ତ୍ର ଭାବେ ପୂଜାର୍ଚ୍ଚନା କରାଯାଇଥିଲା । ପରେ ଛେରା ପ୍ରହଁରା ପରେ ରଥ ଟଣା ଆରମ୍ଭ ହୋଇ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଥିଲା । ଧର୍ମଶାଳା ବ୍ଲକ ଜାରକାସ୍ଥିତ ଭାଲୁଖାଇଠାରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା । ଧର୍ମଶାଳା ଥାନା ଅଧିକାରୀ ଛେରାପହଁରା କରିବା ପରେ ରଥଟଣା ହୋଇ ଧର୍ମଶାଳା ହାଟ ମାଉସୀମା ମନ୍ଦିର ପର୍ଯ୍ୟନ୍ତ ରଥ ଟଣା ହୋଇଥିଲା । ଗଡମଧୁପୁର ଠାରେ ରାଣୀ ଛେରା ପହଁରା କରିବା ପରେ ରଥଟଣା ଯାଇଥିଲା । ରସୁଲପୁର ବ୍ଲକ ବ୍ରହ୍ମବରଦା ଠାରେ ପ୍ରଭୁ ଜଗନ୍ନାଥ ମନ୍ଦିରରେ ସୁକାନ୍ତ କୁମାର ବିଶ୍ୱାଳ ଛେରାପହଁରା କରିବା ପରେ ରଥ ଟଣା ଆରମ୍ଭ ହୋଇ ଦୂର୍ଗା ମନ୍ଦିର ମାଉସୀମା ମନ୍ଦିରରେ ଶେଷ ହୋଇଥିଲା । ସେହିପରି ଭାବେ ମହେଶ୍ୱରପୁର ପଂଚାୟତ ଚାନ୍ଦପୁର ଗ୍ରାମରେ ହରେକୃଷ୍ଣ ଯୁବକ ସଂଘ ପକ୍ଷରୁ ରଥ ଟଣା ହୋଇଥିଲା । ସମସ୍ତ ଅଂଚଳରେ ଶହଶହ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଦେଖିବାକୁ ମିଲିଥିଲା । ବଡଚଣା, ଧର୍ମଶାଳା ଓ ବ୍ରହ୍ମବରଦା ଥାନା ପକ୍ଷରୁ ଶାନ୍ତି ଶାନ୍ତିଶୃଙ୍ଖଳା ନିମନ୍ତେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande