ରଥଯାତ୍ରା ବିଶୃଙ୍ଖଳାକୁ ନେଇ ବର୍ଷିଲା କଂଗ୍ରେସ, କ୍ଷମା ପ୍ରାର୍ଥନା ପାଇଁ ଦାବି
ଭୁବନେଶ୍ୱର, 28 ଜୁନ୍ (ହି.ସ.)- ରଥଯାତ୍ରାରେ ବିଶୃଙ୍ଖଳାକୁ ନେଇ ବର୍ଷିଲା କଂଗ୍ରେସ । କଂଗ୍ରେସ ନେତା ଶରତ ରାଉତ କହିଛନ୍ତି ଯେ, ବିଜେପି ଗୋଟିଏ ବିଶୃଙ୍ଖଳିତ ଦଳ। ସରକାର ପରିଚାଳନାରେ ଚରମ ବିଶୃଙ୍ଖଳା ଦେଖାଦେଉଛି। ପ୍ରଶାସନିକ କାର୍ଯ୍ୟରେ ହସ୍ତକ୍ଷେପ କରି ସମସ୍ତ ବିଧି
ରଥଯାତ୍ରା ବିଶୃଙ୍ଖଳାକୁ     ନେଇ ବର୍ଷିଲା କଂଗ୍ରେସ, କ୍ଷମା ପ୍ରାର୍ଥନା ପାଇଁ ଦାବି


ଭୁବନେଶ୍ୱର, 28 ଜୁନ୍ (ହି.ସ.)- ରଥଯାତ୍ରାରେ ବିଶୃଙ୍ଖଳାକୁ

ନେଇ ବର୍ଷିଲା କଂଗ୍ରେସ । କଂଗ୍ରେସ ନେତା ଶରତ ରାଉତ କହିଛନ୍ତି ଯେ, ବିଜେପି ଗୋଟିଏ

ବିଶୃଙ୍ଖଳିତ ଦଳ। ସରକାର ପରିଚାଳନାରେ ଚରମ ବିଶୃଙ୍ଖଳା ଦେଖାଦେଉଛି। ପ୍ରଶାସନିକ କାର୍ଯ୍ୟରେ ହସ୍ତକ୍ଷେପ

କରି ସମସ୍ତ ବିଧି ବ୍ୟବସ୍ଥାକୁ ଅଚଳ କରିସାରିଲେଣି। ମହାପ୍ରଭୁଙ୍କ ଘୋଷଯାତ୍ରାରେ ପ୍ରତିଫଳିତ

ହୋଇଛି। ସୂର୍ଯ୍ୟାସ୍ତ ହୋଇଯାଇଥିଲେ ମଧ୍ୟ ନନ୍ଦିଘୋଷ ରଥ ଟଣା ଯାଇପାରିଲା ନାହିଁ। ବଳଭଦ୍ରଙ୍କ

ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିପାରିଲା ନାହଁ। ଏହା ଓଡ଼ିଶା ଓ ବିଶ୍ବବାସୀଙ୍କୁ ସ୍ତବ୍ଧ

କରିଛି।

ଶ୍ରୀ ଜଗନ୍ନାଥଙ୍କ ମନ୍ଦିର

ପରିକ୍ରମା କାର୍ଯ୍ୟକୁ ଜାଣିଶୁଣି ସମ୍ପୂର୍ଣ୍ଣ କରୁନାହାନ୍ତି। ରତ୍ନଭଣ୍ଡାର ଗଣତି ମଣତି

କାର୍ଯ୍ୟ ସମ୍ପୂର୍ଣ ହୋଇପାରିଲା ନାହଁ। ଚଳିତ ରଥଯାତ୍ରାରେ ନିଜ ଦଳୀୟ ଲୋକଙ୍କୁ ମାତ୍ରାଧିକ

କର୍ଡନ ପାସ ଦେଇ ଏଭଳି ପରିସ୍ଥିତି ସୃଷ୍ଟି କରିଛନ୍ତି। ଏଥିପାଇଁ ବିଜେପି ସରକାର ସମ୍ପୂର୍ଣ୍ଣ

ଦାୟୀ। ଏ ତ୍ରୁଟି ପାଇଁ ସରକାର କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଶରତ ରାଉତ ଦାବି କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande