ରାଜ୍ୟ ସ୍ତରୀୟ ଜୁନିୟର ବାସ୍କେଟ୍ ବଲ୍ ପ୍ରତିଯୋଗିତା ପାଇଁ କେନ୍ଦ୍ରାପଡ଼ାରୁ ମନୋନିତତ
କେନ୍ଦ୍ରାପଡ଼ା, ୨୯ ଜୁନ୍‌(ହି.ସ.) – ରାଜ୍ୟସ୍ତରୀୟ ୬୧ତମ ଜୁନିୟର ବାସ୍କେଟ୍ ବଲ୍ ପ୍ରତିଯୋଗିତା ରେ ଭାଗ ନେବାପାଇଁ କେନ୍ଦ୍ରାପଡା ଦଳ ମନୋନିତ ହୋଇଛନ୍ତି । ବ୍ରହ୍ମପୁର ସ୍ଥିର ନିସ୍‌ଟ ବିଶ୍ୱ ବିଦ୍ୟାଳୟ ପରିସରରେ ଜୁଲାଇ ୭ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପ୍ରତିଯୋଗିତା ରେ କେନ୍ଦ୍ରାପଡା ରୁ ବିକାଶ ସୁନ୍
ରାଜ୍ୟ ସ୍ତରୀୟ ଜୁନିୟର ବାସ୍କେଟ୍ ବଲ୍ ପ୍ରତିଯୋଗିତା ପାଇଁ କେନ୍ଦ୍ରାପଡ଼ାରୁ ମନୋନିତତ


କେନ୍ଦ୍ରାପଡ଼ା, ୨୯ ଜୁନ୍‌(ହି.ସ.) – ରାଜ୍ୟସ୍ତରୀୟ ୬୧ତମ ଜୁନିୟର ବାସ୍କେଟ୍ ବଲ୍ ପ୍ରତିଯୋଗିତା ରେ ଭାଗ ନେବାପାଇଁ କେନ୍ଦ୍ରାପଡା ଦଳ ମନୋନିତ ହୋଇଛନ୍ତି । ବ୍ରହ୍ମପୁର ସ୍ଥିର ନିସ୍‌ଟ ବିଶ୍ୱ ବିଦ୍ୟାଳୟ ପରିସରରେ ଜୁଲାଇ ୭ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପ୍ରତିଯୋଗିତା ରେ କେନ୍ଦ୍ରାପଡା ରୁ ବିକାଶ ସୁନ୍ଦର, ବିଶ୍ୱାସ ସୁନ୍ଦର, ଶଙ୍କର ନାଥ, ବିଜ୍ଞାନ ନାଥ, ମହମ୍ମଦ ତସିଫ, ସେକ ଫଏଜୁଲ, ରିୟାନ ଦାସ, ସରଫରାଜ ଅବତାବ ବେଗ ପ୍ରମୁଖ ଖେଳାଲୀ ମାନଙ୍କ ସହ ମ୍ୟାନେଜର କମ କୋଚ ରୁଦ୍ର ନାରାୟଣ ସାହୁ ବ୍ରହ୍ମପୁର ଯାତ୍ରା କରିଛନ୍ତି । ଏହି ବାସ୍କେଟ ବଲ ଖେଳାଳୀଙ୍କୁ ଜିଲ୍ଲା କ୍ରୀଡା ସଂସଦର ସାଧାରଣ ସଂପାଦକ ସୟଦ ଅକମଲ ଅଲ୍ଲୀ, ସଂପାଦକ ଦେବେନ୍ଦ୍ର ସାହୁ ଓ ଜ୍ୟୋର୍ତିମୟ ଦାସ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande