ବିହାରରେ ଝଡ ତୋଫାନ ଯୋଗୁ ବିପର୍ଯ୍ୟୟ, 7ଜଣଙ୍କ ମୃତ୍ୟୁ, ଅନୁଗ୍ରହ ରାଶି ଘୋଷଣା
ପାଟଣା, 3 ଜୁନ୍ (ହି.ସ.)-ବିହାରରେ ଝଡ ତୋଫାନ ଏବଂ ମୁଷଳଧାରରେ ବର୍ଷା ଯୋଗୁ ବିପର୍ଯ୍ୟୟ ଘଟିଛି। ସୋମବାର ରାତିରେ ରାଜ୍ୟର ସିୱାନ ଜିଲ୍ଲାରେ ଏହି ପ୍ରାକୃତିକ ବିପର୍ଯ୍ୟୟରେ ସାତ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ଏବଂ ଗୋଟିଏ ବୃଦ୍ଧ ଅଛନ୍ତି। ଝଡ ତୋଫାନ ସ
ବିହାରରେ ଝଡ ତୋଫାନ ଯୋଗୁ     ବିପର୍ଯ୍ୟୟ, 7ଜଣଙ୍କ ମୃତ୍ୟୁ, ଅନୁଗ୍ରହ ରାଶି ଘୋଷଣା


ପାଟଣା, 3 ଜୁନ୍ (ହି.ସ.)-ବିହାରରେ ଝଡ

ତୋଫାନ ଏବଂ ମୁଷଳଧାରରେ ବର୍ଷା ଯୋଗୁ ବିପର୍ଯ୍ୟୟ ଘଟିଛି। ସୋମବାର ରାତିରେ ରାଜ୍ୟର ସିୱାନ ଜିଲ୍ଲାରେ ଏହି ପ୍ରାକୃତିକ ବିପର୍ଯ୍ୟୟରେ

ସାତ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ଏବଂ ଗୋଟିଏ ବୃଦ୍ଧ ଅଛନ୍ତି। ଝଡ ତୋଫାନ ସହିତ ପ୍ରବଳ ବର୍ଷା ହେବାରୁ ବହୁତ ଗଛ ଭାଙ୍ଗି ପଡ଼ିଛି।

ଘରର କାନ୍ଥ ଏବଂ ଛାତ ଭାଙ୍ଗି ଭୁଶୁଡିପଡିଛି ।

ରାଜ୍ୟ ସରକାର ବିପର୍ଯ୍ୟୟ

ସହାୟତା କୋଷରୁ ପୀଡିତ ପ୍ରତ୍ୟେକ ପରିବାରକୁ ୪ ଲକ୍ଷ ଟଙ୍କା ଅନୁଗ୍ରହ ରାଶି ଦେବାକୁ ଘୋଷଣା

କରିଛି। ଏହା ସହିତ ଆଂଶିକ କିମ୍ବା ପୂର୍ଣ୍ଣ ଭାବରେ କ୍ଷତିଗ୍ରସ୍ତ ଘରର ସର୍ଭେ କରାଯିବାକୁ

ଘୋଷଣା ମଧ୍ୟ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande