ବ୍ରାସିଲିଆ, 3 ଜୁନ୍ (ହି.ସ.)- ପାକିସ୍ତାନ ପ୍ରୋତ୍ସାହିତ ଆତଙ୍କବାଦ ବିରୋଧରେ ଭାରତର
ଲଢ଼େଇରେ ବ୍ରାଜିଲ୍ ସ୍ପଷ୍ଟ ଭାବେ ସହଯୋଗ ଦେବା ପ୍ରତିବଦ୍ଧତା ପୁନର୍ବାର ବ୍ୟକ୍ତ କରିଛି।
ଭାରତୀୟ ସଂସଦୀୟ ସର୍ବଦଳୀୟ
ପ୍ରତିନିଧିମଣ୍ଡଳ,
କଂଗ୍ରେସ ସାଂସଦ ଶଶୀ ଥରୁରଙ୍କ ନେତୃତ୍ୱରେ ବ୍ରାଜିଲର
ନେତାମାନଙ୍କ ସହିତ ଭେଟିଛନ୍ତି। ଏହି ସମୟରେ ବ୍ରାଜିଲର ଶୀର୍ଷ ନେତୃତ୍ୱକୁ ଭାରତର
ଅପରେସନ୍ ସିନ୍ଦୂର ପରେ ଉତ୍ପନ୍ନ ହୋଇଥିବା ପରିସ୍ଥିତି ବିଷୟରେ ଅବଗତ କରାଯାଇଛି।
ଏହି ପ୍ରତିନିଧିମଣ୍ଡଳର
ସଦସ୍ୟ ବିଜେପି ସାଂସଦ ତେଜସ୍ବୀ ସୂର୍ଯ୍ୟ କହିଛନ୍ତି ଯେ, ବ୍ରାଜିଲ ନେତାମାନେ
ଭାରତର ଆତଙ୍କବାଦ ବିରୋଧୀ ପ୍ରୟାସ ଅପରେସନ୍ ସିନ୍ଦୂର ପାଇଁ ସ୍ପଷ୍ଟ ସମର୍ଥନ
ବ୍ୟକ୍ତ କରିଛନ୍ତି ଏବଂ ପାକିସ୍ତାନର ସୀମାପାର ଆତଙ୍କବାଦର ନିନ୍ଦା କରିଛନ୍ତି। ପ୍ରତିନିଧିମଣ୍ଡଳ
ବ୍ରାଜିଲ୍ ସଂସଦର ଅଧ୍ୟକ୍ଷ, କାର୍ଯ୍ୟବାହି ଵିଦେଶମନ୍ତ୍ରୀ ଏବଂ ଭାରତ-ବ୍ରାଜିଲ୍
ମିତ୍ରତା ଗୋଷ୍ଠୀର ସାଂସଦମାନଙ୍କ ସହିତ ଭେଟିଛନ୍ତି। ବ୍ରାଜିଲର ନେତାମାନେ ନିଶ୍ଚିତ ଆଶ୍ୱାସନ
ଦେଇଛନ୍ତି ଯେ ବ୍ରାଜିଲ୍ ଭାରତର ମିତ୍ର ଅଟେ ଏବଂ ଆଗାମୀ ଦିନରେ ମଧ୍ୟ ଏହି ମିତ୍ରତା ଜାରି
ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା