ଭାରତ ସହ ଝଗଡାର ମୂଳ କାରଣ ଜମ୍ମୁକଶ୍ମୀର ବିବାଦ ବୋଲି କହିଲେ ବିଲାବଲ ଭୁଟୋ
ନ୍ୟୁୟର୍କ, 3 ଜୁନ୍ (ହି.ସ.)- ପାକିସ୍ତାନର ପୂର୍ବତନ ବୈଦେଶିକମନ୍ତ୍ରୀ ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟିର ଅଧ୍ୟକ୍ଷ ବିଲାୱଲ୍ ଭୁଟ୍ଟୋ ଜର୍ଦାରି କହିଛନ୍ତି ଯେ, ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦର ସ୍ଥାୟୀ ସମାଧାନ ପାଇଁ ଜମ୍ମୁ-କାଶ୍ମୀର ବିବାଦର ସମାଧାନ ଏକ ଅନିବାର୍ଯ
ଭାରତ ସହ ଝଗଡାର ମୂଳ କାରଣ     ଜମ୍ମୁକଶ୍ମୀର ବିବାଦ ବୋଲି କହିଲେ ବିଲାବଲ ଭୁଟୋ


ନ୍ୟୁୟର୍କ, 3 ଜୁନ୍ (ହି.ସ.)- ପାକିସ୍ତାନର

ପୂର୍ବତନ ବୈଦେଶିକମନ୍ତ୍ରୀ ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟିର ଅଧ୍ୟକ୍ଷ ବିଲାୱଲ୍ ଭୁଟ୍ଟୋ

ଜର୍ଦାରି କହିଛନ୍ତି ଯେ, ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦର ସ୍ଥାୟୀ ସମାଧାନ

ପାଇଁ ଜମ୍ମୁ-କାଶ୍ମୀର ବିବାଦର ସମାଧାନ ଏକ ଅନିବାର୍ଯ୍ୟ ସର୍ତ୍ତ ଅଟେ ।

ନଅଜଣିଆ ସଂସଦୀୟ

ପ୍ରତିନିଧିମଣ୍ଡଳର ନେତୃତ୍ୱ କରୁଥିବା ବିଲାୱଲ ଚୀନର ଏକ ଟିଭି ଚ୍ୟାନେଲକୁ ଦିଆଯାଇଥିବା ଏକ

ସାକ୍ଷାତକାରରେ ସେ କହିଛନ୍ତି, ବର୍ତ୍ତମାନ ଚାଲିଥିବା ବିରାମ

ଚୁକ୍ତି ଦ୍ୱାରା ଏବେ ଚିରସ୍ଥାୟୀ ଶାନ୍ତି ସ୍ଥାପିତ ହେବା ଉଚିତ।

ପାକିସ୍ତାନର ଦୁନିଆ ନ୍ୟୁଜ୍

ଟିଭି ଚ୍ୟାନେଲ ଏହି ସମ୍ବାଦକୁ ଏସୋସିଏଟେଡ୍ ପ୍ରେସ୍ ଅଫ୍ ପାକିସ୍ତାନର ଉଲ୍ଲେଖ ଦେଇ ପ୍ରସାରଣ

କରିଛି।

ବିଲାୱଲ କହିଛନ୍ତି ଯେ, ଜମ୍ମୁ-କାଶ୍ମୀର ବିବାଦର ସମାଧାନ କରିବା ବିନା କୌଣସି ଚିରସ୍ଥାୟୀ ସମାଧାନ ସମ୍ଭବ ନୁହେଁ। ସେ

କହିଛନ୍ତି ଯେ,

1960 ମସିହାର ସିନ୍ଧୁ ଜଳ ସନ୍ଧିକୁ ସ୍ଥଗିତ ରଖିବାକୁ

ଭାରତର ନିଷ୍ପତ୍ତି ଦୁଇ ଦେଶ ମଧ୍ୟରେ ବିବାଦ ବଢ଼ାଇପାରେ। ଏହି ପ୍ରସଙ୍ଗରେ ସେ ଅନ୍ତର୍ଜାତୀୟ

ସମୁଦାୟ ଦୁଇ ଦେଶ ମଧ୍ୟରେ ଆଲୋଚନା ଅନୁଷ୍ଠିତ କରାଇବାରେ ସହଯୋଗ କରିବା ପାଇଁ ତାଙ୍କ ଭୂମିକା

ନିଭାଇବାର ଅନୁରୋଧ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande