କିଭ୍, 3 ଜୁନ୍ (ହି.ସ.)-ଇସ୍ତାନବୁଲରେ ହୋଇଥିବା
ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ବାର୍ତ୍ତା ପରେ ରୁଷ ୟୁକ୍ରେନକୁ ଏକ ବିସ୍ତୃତ ୟୁଦ୍ଧବିରାମ ଜ୍ଞାପନ
ପ୍ରଦାନ କରିଛି, ଯେଉଁଥିରେ ଶାନ୍ତି ପ୍ରତିବଦ୍ଧତା ବଦଳରେ ଗୁରୁତ୍ୱପୂର୍ଣ୍ଣ ଓ
ଏକପକ୍ଷୀୟ ସର୍ତ୍ତ ରଖାଯାଇଛି। ଏହି ଜ୍ଞାପନ ସାମ୍ନାକୁ ଆସିବା ପରେ, ଦୁଇ ଦେଶ ମଧ୍ୟରେ ସମ୍ଭାବ୍ୟ କୂଟନୈତିକ ଆଲୋଚନାର ଦିଗ ଆହୁରି ଜଟିଳ ହୋଇପାରିବା
ଦେଖାଯାଉଛି।
ଏହି ଜ୍ଞାପନକୁ ଦୁଇଟି ଭାଗରେ
ବିଭକ୍ତ କରାଯାଇଛି। ପ୍ରଥମ ଅଂଶ, ଯାହାକୁ ଅନ୍ତିମ ସମାଧାନ ପାଇଁ ମୂଳ ମାନଦଣ୍ଡ ବୋଲି କୁହାଯାଇଛି,
ଯେଉଁଥିରେ ରୁଷ ୟୁକ୍ରେନଙ୍କୁ ଚାରିଟି ଅଞ୍ଚଳ —
ଲୁହାନସ୍କ, ଡୋନେତ୍ସ୍କ, ଜାପୋରିଝିଆ ଓ
ଖେରସୋନକୁ ଋଷ କ୍ଷେତ୍ରର ମାନ୍ୟତା ଦେବାକୁ ଦାବି ହୋଇଛି— ଯାହା ଉପରେ ରୁଷ 2022 ମସିହାରୁ ଆକ୍ରମଣ କରି ନିୟନ୍ତ୍ରଣ ନେଇଛି ।
ଏହା ସହିତ,
ୟୁକ୍ରେନକୁ ତଟସ୍ଥ ରାଷ୍ଟ୍ର ଘୋଷିତ କରିବା,
ସେନାର
ସଂଖ୍ୟା କମାଇବା, ରୁଷଠାରୁ କୌଣସି
ପ୍ରକାରର କ୍ଷତିପୂରଣ ଦାବି ନ କରିବା ଏବଂ ରୁଷ ଉପରେ ଲାଗିଥିବା ସମସ୍ତ ଅନ୍ତର୍ଜାତୀୟ
ପ୍ରତିବନ୍ଧକ ହଟାଇବା ମଧ୍ୟ ଦାବି କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା